ମାଓବାଦୀଙ୍କୁ ଆକ୍ରମଣ ଯୋଜନା ପଣ୍ଡ : ଲୁଚାଇ ରଖିଥିବା ବିସ୍ଫୋରକ ଜବତ

Advertisment

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ

ମାଓବାଦୀଙ୍କୁ ଆକ୍ରମଣ ଯୋଜନା ପଣ୍ଡ : ଲୁଚାଇ ରଖିଥିବା ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ନକ୍ସଲ ଗତିବିଧି ବଢିବାରେ ଲାଗିଛି। ସମାନ୍ତରାଳ ଭାବେ ପୁଲିସ ମଧ୍ୟ ନକ୍ସଲଙ୍କୁ ସ୍ବାଭିମାନ ଅଂଚଳରୁ ତଡିବା ପାଇଁ କମ୍ବିଂ ଜୋରଦାର କରୁଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଏସଓଜି ଏବଂ ବିଏସଏଫ( ବାଟାଲିୟନ୍-୯)ର ଯବାନ ମିଳିତ ଭାବେ ଚଢଉ କରିଥିଲେ। ଯବାନମାନେ ଯଡାମ୍ବ ଥାନା ଅନ୍ତର୍ଗତ ମୁକୁଡିପାଲୀ,ଗୋରାସେତୁ,ବେଜିଂ,ଜମ୍ପଲୁରୁ, ପାରଲୁବନ୍ଧ ଗ୍ରାମ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକଗୁଡିକ ଜବତ କରିଛି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ସ୍ବାଭିମାନ ଅଂଚଳର ବିଭିନ୍ନ ସ୍ଥାନରେ ଏଭଳି ବହୁ ବିସ୍ଫୋରକ ଲୁଚାଇ ରଖିଛନ୍ତି।ତେବେ ପୁଲିସ ଜବତ କରିଥିବା ବିସ୍ଫୋରକଗୁଡିକ ମଧ୍ୟରୁ ରିଭିଲଭର ଗୋଟିଏ,କ୍ଲେମରମାଇନ ଗୋଟିଏ, କୋଡେକ୍ସ ବିଦ୍ୟୁତ ତାର,ବିଭିନ୍ନ ରଂଗର ବିସ୍ଫୋରକ,ବିଦ୍ୟୁତ ଡିଟୋନେଟର,ଅକ୍ସିଜେନ ସିଲିଣ୍ଡର,କ୍ୟାମେରା ଫ୍ଲାସ,ଜିପିଏସ,ମାଓ ପୁସ୍ତକ ଇତ୍ୟାଦି ଜବତ କରିଛି। ଲ୍ୟାଣ୍ଡମାଇନ ତିଆରି କରିବା ପାଇଁ ଏସବୁ ଜିନିଷ ବ୍ୟବହୃତ ହୋଇଥାଏ ବୋଲି ପୁଲିସ କହିଛି।ତେବେ ଏଠାରେ ଲ୍ୟାଣ୍ଡମାଇନ ନିର୍ମାଣ କରୁଥିଲେ ନକ୍ସଲ। ତିନି ଦିନ ତଳେ ନକ୍ସଲ ଏହି ଯଡାମ୍ବ ଥାନା ଅଂଚଳର ଖଜୁରିଗୁଡା ଠାରେ ୭ଟି ଲ୍ୟାଣ୍ଡମାଇନ ପୋତିଥିଲେ। ଯାହାକୁ ବିଏସଏଫ ଯବାନ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ।

ତେବେ ନକ୍ସଲଙ୍କର ଯୋଜନା ପଣ୍ଡ ହେଉଥିବାରୁ ସେମାନେ ସାଧାରଣ ଜନତାଙ୍କ ଉପରେ ଏବେ ଟାର୍ଗେଟ କରୁଛନ୍ତି।ବିଏସଏଫ ଯବାନ ଲ୍ୟାଣ୍ଡମାଇନ ଉଦ୍ଧାର କରିବା ପରେ ନକ୍ସଲ ଖଜୁରିଗୁଡା ଗ୍ରାମର ଦାସ ଖେମୁଡୁକୁ ପୁଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଥିଲେ।ଏହି ଗ୍ରାମର ଅନ୍ୟ ଦୁଇ ଜଣଙ୍କୁ ନିସ୍ତୁକ ମାଡ ମାରି ଛାଡି ଦେଇଥିଲେ। ଆଜି ପୁଣି ପୁଲିସକୁ ଏହି ଅଞ୍ଚଳରୁ ବଡ଼ ସଫଳତା ମିଳିଛି। ଏହି ଗ୍ରାମଗୁଡିକର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe