ରାସ୍ତା ରୋକକୁ ଭଣ୍ଡୁର କରିବା ଯୋଜନା: ରାତି ଅଧିଆ କୃଷକ ସଂଗଠନ ସଭାପତି ଓ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ

ଅମ୍ବାଭୋନା ବ୍ଲକ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାର ପାହାଡ କୃଷକ ସଂଗଠନର ସଭାପତି ଇଶାନ ଚନ୍ଦ୍ର ଭୋଇ ଓ ସମ୍ପାଦକ ଅଭିମନ୍ୟୁ ପ୍ରଧାନଙ୍କୁ ବୁଧବାର-ଗୁରୁବାର ରାତ୍ରି ୨ ଘଣ୍ଟା ସମୟରୁ ଅମ୍ୱଭାନା ଥାନାରେ ଅଟକ ରଖାଯାଇଛି...

Plan to derail roadblocks: Police arrest president and editor of Narit Idya Farmers' Organization

Plan to derail roadblocks: Police arrest president and editor of Narit Idya Farmers' Organization Photograph: (sambad.in)

ଅମ୍ବାଭୋନା: ଅମ୍ବାଭୋନା ବ୍ଲକ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବାର ପାହାଡ କୃଷକ  ସଂଗଠନର ସଭାପତି ଇଶାନ ଚନ୍ଦ୍ର ଭୋଇ ଓ ସମ୍ପାଦକ ଅଭିମନ୍ୟୁ ପ୍ରଧାନଙ୍କୁ ବୁଧବାର-ଗୁରୁବାର ରାତ୍ରି ୨ ଟା ସମୟରୁ ଅମ୍ୱଭାନା ଥାନାରେ ଅଟକ ରଖାଯାଇଛି।

ସୂଚନାରୁ ପ୍ରକାଶ ଯେ, ସଂଯୁକ୍ତ କୃଷକ ସଂଗଠନ  ବରଗଡ଼ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ଆହ୍ବାନ କ୍ରମେ ସମସ୍ତ ଚାଷୀଙ୍କ ଖରିଫ  ପଞ୍ଜିକରଣରେ ରହିଥିବା ଜଟିଳ ସମସ୍ୟାକୁ ସରକାର ସରଳୀକରଣ ବା ନିଜସ୍ଵ ଘୋଷଣାନାମା ସହ ରେଜିଷ୍ଟ୍ରେସନ ସମୟକୁ ବୃଦ୍ଧି କରିବା ପାଇଁ ବରଗଡ କଳାପାଣି ଛକରେ ଜିଲ୍ଲାର ସମସ୍ତ ଚାଷୀ ସଂଗଠନକୁ  ରାସ୍ତା ରୋକରେ ଯୋଗ ଦେବାକୁ ଡାକରା ଦେଇଥିଲେ।

ତେବେ ରାସ୍ତା ରୋକକୁ ଭଣ୍ଡୁର କରିବା ପାଇଁ ସରକାର ରାତି ଅଧିଆ ବାରପାହାଡ କୃଷକ ସଂଗଠନର ସଭାପତି ଓ ସମ୍ପାଦକଙ୍କୁ ଉଠାଇ ଆଣି ଅମ୍ବାଭୋନା ଥାନା ପରିସରରେ ଅଟକ ରଖିଥିବା ଉଭୟେ ସୂଚନା ଦେଇଛନ୍ତି।

 Bargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe