ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଶୁକ୍ରବାର ଅପରାହ୍ଣ ୧ଟା ୨୦ ମିନିଟରେ ଭୁବନଶ୍ବର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ କିଛି ସମୟ ପରେ ପୁଣି ଫେରି ଆସିଥିଲା। ବିମାନଟି କୋଲକାତାରୁ ଆସି ଝାରସୁଗୁଡ଼ାରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ନେଇ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲା। ତେବେ ଟେକ୍ଅପ୍ କରିବା ପରେ ବିମାନର ଚକ ଗୁଡ଼ିକ ଠିକ୍ ଭାବରେ ସଟ୍ଡାଉନ୍ ହୋଇ ପାରି ନଥିଲା। ପାଇଲଟ୍ ଅନେକ ଚେଷ୍ଟା କରି ମଧ୍ୟ ଚକ୍ଗୁଡ଼ିକ ଭିତରକୁ ନପଶିବାରୁ ପାଇଲଟ୍ ବିମାନକୁ ପୁଣି ଝାରସୁଗୁଡ଼ା ଫେରାଇ ଆଣି ସୁରକ୍ଷିତ ଭାବରେ ଅବତରଣ କରିଥିଲେ। ବିମାନରେ ଥିବା ଯାତ୍ରୀ ସୁରକ୍ଷିତ ଭାବରେ ବିମାନରୁ ଓହ୍ଲାଇଥିଲେ। ଏହି ସମୟରେ ଭୁବନେଶ୍ବର ଯାତ୍ରାକୁ ବାତିଲ କରାଯାଇଥିଲା। ମରାମତି ପରେ ସନ୍ଧ୍ୟାରେ ବିମାନ ପୁଣି କୋଲକାତା ଅଭିମୁଖେ ଯାତ୍ରା କରିଥିଲା। ଆଜି ଝାରସୁଗୁଡ଼ା ଓ ରାୟପୁର ବିମାନ ସେବାକୁ ଏହି କାରଣରୁ ବାତିଲ କରାଯାଇଥିବା ଜଣାଯାଇଛି।
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଝାରସୁଗୁଡ଼ା ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ବିମାନ
Advertisment
Follow Us