୮ରୁ ଖୋଲିବ ପ୍ଲାନେଟାରିୟମ୍‌

୮ରୁ ଖୋଲିବ ପ୍ଲାନେଟାରିୟମ୍‌

ଭୁବନେଶ୍ବର : କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗତ ମାସରୁ ବନ୍ଦ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଆସନ୍ତା ୮ ତାରିଖରୁ ଖୋଲିବ। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବା ଓ ଅଧିକାଂଶ ଆକ୍ରାନ୍ତଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ ଦେଖାଯାଉ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଉକ୍ତ ଦିନ ବୁର୍ଲାସ୍ଥିତ ଡ. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଓ ଖଣ୍ଡପଡ଼ାସ୍ଥିତ ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। ସୋମବାର ବ୍ୟତୀତ ଅନ୍ୟ ସବୁଦିନ ଏହି ୩ ପର୍ଯ୍ୟଟନସ୍ଥଳ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ସରକାରଙ୍କ କରୋନା କଟକଣା ଅନୁଯାୟୀ ପର୍ଯ୍ୟଟକମାନେ ପରିସର ବୁଲିବେ। ସବୁ ପର୍ଯ୍ୟଟକଙ୍କ ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଅପରପକ୍ଷେ ଭୁବନେଶ୍ବର ଏବଂ ବୁର୍ଲାରେ ପ୍ଲାନ‌େଟୋରିମ୍‌‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ସୋ’ ଦେଖିବାକୁ ଟିକେଟ୍‌ ଦିଆଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe