ଆନ୍ଦୋଳନ ଭଣ୍ଡୁର ପାଇଁ କଟକଣା

Advertisment

ଆଜି ବିଧାନସଭା ଘେରିବେ ଦୁଇ ଶିକ୍ଷକ ସଙ୍ଗଠନ

ଆଜି ବିଧାନସଭା ଘେରିବେ ଦୁଇ ଶିକ୍ଷକ ସଙ୍ଗଠନ

ଆନ୍ଦୋଳନ ଭଣ୍ଡୁର ପାଇଁ କଟକଣା

DNA India

ଭୁବନେଶ୍ୱର ବୁଧବାର ଲୋୟର ପିଏମ୍‌ଜିରେ ଶକ୍ତି ପ୍ରଦର୍ଶନ କରିବେ ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘ। ଦେଢ଼ ଲକ୍ଷରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ସାମିଲ ହେବେ। ଏନେଇ ଗତ ୩୧ ତାରିଖରେ ଦୁଇଟି ଯାକ ଶିକ୍ଷକ ସଙ୍ଗଠନ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଏବେ ତାହା ଉପରେ କଟକଣା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ନଭେମ୍ବର ୮ରେ କୌଣସି ପରିସ୍ଥିତିରେ ଗୋଟିଏ ବିଦ୍ୟାଳୟରୁ ଜଣେରୁ ଅଧିକ ଶିକ୍ଷକ ଯେପରି ଛୁଟିରେ ନ ରହୁନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ଯଦି କୌଣସି ଶିକ୍ଷକ ବିନା ଅନୁମତିରେ ଛୁଟିରେ ରୁହନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ବି.ଏନ୍‌. ପ୍ରଧାନ କହିଛନ୍ତି ଯେ ବିଭିନ୍ନ ଦାବି ନେଇ କେତେକ ଶିକ୍ଷକ ଏବଂ ଶିକ୍ଷା ସହାୟକ ସଙ୍ଗଠନ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତି। ହେଲେ ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷା ସହାୟକଙ୍କ ଦାବି ପୂରଣ ଲାଗି ଗତ ସପ୍ତାହରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସଙ୍ଗଠନଗୁଡ଼ିକର କର୍ମକର୍ତ୍ତା ଦାବି ପୂରଣ ନେଇ କମିଟି ସହ ଆଲୋଚନା କରିପାରିବେ। ତାହାକୁ ଆଧାର କରି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ। ଏଭଳି ସ୍ଥିତିରେ ଶିକ୍ଷାବର୍ଷ ମଧ୍ୟ ଭାଗରେ ଶିକ୍ଷକମାନଙ୍କ ଶୋଭାଯାତ୍ରା, ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବ।

ତେଣୁ ଡିଇଓମାନେ ଏଦିଗରେ ପଦକ୍ଷେପ ନେବା ସହ ନିଜ ଅଧୀନରେ ଥିବା ଶିକ୍ଷକ/ଶିକ୍ଷା ସହାୟକ ଯେପରି ଏହି ଆନ୍ଦୋଳନରେ ସାମିଲ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଯେପରି ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ନ ହୁଏ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ କଡ଼ା ନିର୍ଦେଶ ଜାରି ହୋଇଛି। ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କେବଳ ଜଣେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ହିଁ ଛୁଟି ଦେଇପାରିବେ। ଯଦି କୌଣସି ଶିକ୍ଷକ କିମ୍ବା ଶିକ୍ଷା ସହାୟକ ବିନା ଅନୁମତିରେ ୮ ତାରିଖରେ ଛୁଟିରେ ରହିଥିବେ ତେବେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଏନେଇ ସୂଚନା ଦେବା ସହ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ ମୂଳ ପଦବି ମାଟ୍ରିକ ଓ ସିଟିରୁ ଯୁକ୍ତ୨ ଏବଂ ସିଟି ଘୋଷଣା ସହ ୨୦୧୬ ଜାନୁଆରି ୧ରୁ ପେ’ ୫୨୦୦ ଓ ଗ୍ରେଡ୍‌ ପେ’ ୨୮୦୦ ଟଙ୍କା ହିସାବରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କର ଦରମା ୭ମ ବେତନ କମିସନରେ ପେ’ ମ୍ୟାଟ୍ରିକ୍ସରେ ଧାର୍ଯ୍ୟ, ୬ ବର୍ଷର ଶିକ୍ଷା ସହାୟକ ଚାକିରିରେ ଗଣନା କରିବା, ଶିକ୍ଷା ସହାୟକ ପଦବି ଉଚ୍ଛେଦ କରି ପ୍ରାଥମିକସ୍ତରରେ କନିଷ୍ଠ ଶିକ୍ଷକର ମାନ୍ୟତା ପ୍ରଦାନ, ଅନ୍ୟାନ୍ୟ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଭଳି କନିଷ୍ଠ ଶିକ୍ଷକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପରି ଦାବି ନେଇ ଉକ୍ତ ଦୁଇ ସଙ୍ଗଠନ ବୁଧବାର ଆନ୍ଦୋଳନ କରିବେ। ଦାବି ହାସଲ ନ ହେବା ପର୍ଯ୍ୟନ୍ତ ସେମାନେ ରାଜ ରାସ୍ତାରୁ ହଟିବେ ନାହିଁ। ଏଥିପାଇଁ ଯେଉଁ ଅପ୍ର୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଉଭୟ ସଙ୍ଗଠନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।

ଆନ୍ଦୋଳନ ସ୍ଥଗିତ ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ନୂତନ ପେନ୍‌ସନ୍‌ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଓଡ଼ିଶା ଶିକ୍ଷା ସହାୟକ ସଂଘ ପକ୍ଷରୁ ବୁଧବାର ହେବାକୁ ଥିବା ଆନ୍ଦୋଳନରୁ ଦୂରେଇ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉଭୟ ସଂଘର କର୍ମକର୍ତ୍ତର୍ାଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସହ ବୁଧବାର ଅପରାହ୍ଣ ୧ଟା ୩୦ରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ଦାବିଗୁଡ଼ିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ଦାବିଗୁଡ଼ିକ ସମ୍ପର୍କରେ ବିଚାର ହେବ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଆନ୍ଦୋଳନାତ୍ମକ ପନ୍ଥା ପରିହାର କରି ସରକାରଙ୍କ ସକରାତ୍ମକ ଭାବନା ପ୍ରତି ସମ୍ବେଦନଶୀଳ ହେବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe