I≺ Office: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ବନ୍ଦ କରିବାକୁ ଚାଲିଛି ଯୋଜନା

Advertisment

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ରେ ବହୁ ବର୍ଷ ହେଲା ତାଲା ଝୁଲୁଛି। ସରକାରୀ ଉଦାସୀନତା ଯୋଗୁଁ ବହୁ ମୂଲ୍ୟବାନ, ଉପାଦେୟ ପୁସ୍ତକ ଗୁଡ଼ିକ ଉଇ ଖାଇ ଗଲାଣି....

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ରେ ବହୁ ବର୍ଷ ହେଲା ତାଲା ଝୁଲୁଛି। ସରକାରୀ ଉଦାସୀନତା ଯୋଗୁଁ ବହୁ ମୂଲ୍ୟବାନ, ଉପାଦେୟ ପୁସ୍ତକ ଗୁଡ଼ିକ ଉଇ ଖାଇ ଗଲାଣି....

Plans are underway to close the Sub-Divisional Information and Public Relations Office

Plans are underway to close the Sub-Divisional Information and Public Relations Office Photograph: (sambad.in)

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ରେ ବହୁ ବର୍ଷ ହେଲା ତାଲା ଝୁଲୁଛି। ସରକାରୀ ଉଦାସୀନତା ଯୋଗୁଁ ବହୁ ମୂଲ୍ୟବାନ, ଉପାଦେୟ ପୁସ୍ତକ ଗୁଡ଼ିକ ଉଇ ଖାଇ ଗଲାଣି ଯେଉଁ ଗୁଡ଼ିକ ଅତୀତରେ ପାଠକ ପାଠିକା ପଢ଼ି ପାରୁଥିଲେ ବର୍ତ୍ତମାନ ସେହି ଜନ ଉପଯୋଗୀ କାର୍ଯ୍ୟାଳୟ ବନ୍ଦ ହୋଇ ଭୂତକୋଠିରେ ପରିଣତ ହେଲାଣି।

ସରକାରୀ ଯୋଜନା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଁଞ୍ଚେଇବା ସହ ସୂଚନା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୧୯୮୦ ମସିହାରେ ଘୁ.ଉଦୟଗିରି ସହରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା।

ଆହୁରି ପଢ଼ନ୍ତୁ:Narendra Modi: ନମୋଙ୍କ ନୂଆ ଷ୍ଟାଇଲ୍: ଓମାନ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍, କାନରେ ଇୟର ରିଙ୍ଗ୍ ପିନ୍ଧିଥିବା ନେଇ ବଢିଲା ଚର୍ଚ୍ଚା…

ଯେଉଁଠି ସହରବାସୀ ପ୍ରତ୍ୟକ ଦିନ ବିଭିନ୍ନ ଖବର କାଗଜ, ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଉଥିଲେ ଓ ବିଭିନ୍ନ ସୂଚନା ପାଇପାରୁଥିଲେ।ସ୍ଥାନୀୟ ବରିଷ୍ଠ ବୁଦ୍ଧିଜୀବୀ ଙ୍କ ସୂଚନା ଅନୁସାରେ ପ୍ରଥମେ ୫ଜଣ କର୍ମଚାରୀ ଏହି କାର୍ଯ୍ୟାଳୟ ରେ ନିୟୋଜିତ ରହି ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ।୫ଜଣ କର୍ମଚାରୀ ଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଜଣେ ବଦଳି ହୋଇ ଚାଲିଯିବା ପରେ ଗତ କିଛି ବର୍ଷ ହେଲା ଏହି ସୂଚନା କେନ୍ଦ୍ର କାର୍ଯ୍ୟାଳୟ ଟି ବର୍ତ୍ତମାନ କର୍ମଚାରୀ ଶୂନ୍ୟ ହେବା ସହ ବନ୍ଦ ରହିଛି।

କର୍ମଚାରୀ ନିଯୁକ୍ତି ଅବହେଳା

ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ବହୁ ବାର ଖବରକାଗଜ ରେ ଖବର ପ୍ରକାଶିତ କରିବା ସହ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । କାର୍ଯ୍ୟାଳୟରେ କର୍ମଚାରୀ ନିଯୁକ୍ତି ଅବହେଳା ଯୋଗୁଁ ସମାଜ ପାଇଁ ଆବଶ୍ୟକ ଏହି ସୂଚନା କେନ୍ଦ୍ର କାର୍ଯ୍ୟାଳୟ ବର୍ତ୍ତମାନ ବନ୍ଦ ହୋଇ ରହିଛି। 

ଘୁ.ଉଦୟଗିରି, ରାଇକିଆ,ଟିକାବାଲି ଏବଂ ଚକାପାଦ ବ୍ଲକ ଅଞ୍ଚଳକୁ ନେଇ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା ଯାହାର ସୁଫଳ ଏହି ବ୍ଲକ ଅଞ୍ଚଳବାସୀ ପାଇବା ସହ ଏହି ୪ଗୋଟି ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସୂଚନା ପାଇ ପାରୁଥିଲେ। 

ବର୍ତ୍ତମାନ କାର୍ଯ୍ୟାଳୟକୁ ଘୁ.ଉଦୟଗିରିରୁ ସମ୍ପୂର୍ଣ୍ଣ ଭାବେ ଉଠେଇ ନେବା ପାଇଁ ସରକାରୀ ସ୍ତରରେ ଯୋଜନା ହେଉଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯାହା ଅତ୍ୟନ୍ତ ପରିତାପର ବିଷୟ ।

ଆହୁରି ପଢ଼ନ୍ତୁ:Statue of Ramachandra Ulaaka: ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିବାଦ ତୁଟିଲା: ସର୍ବଦଳୀୟ ବୈଠକରେ ମୂର୍ତ୍ତି ସ୍ଥାନାନ୍ତର ନେଇ ନିଷ୍ପତ୍ତି

ଏହି କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉଥିଲା ତେଣୁ ଏହି କାର୍ଯ୍ୟାଳୟ ର ପୁନରୁଦ୍ଧାର କରି କର୍ମଚାରୀ ନିଯୁକ୍ତି କରିବା ସହ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ସରକାରଙ୍କ ନିକଟରେ ଦାବି ହୋଇଛି।

ରିପୋର୍ଟ: ସମୀର ପାଢ଼ୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe