‘ଗଛ କାଟିବା ବଦଳରେ ଗଛ ଲଗାଇବା ପାଇଁ ପ୍ରତିଯୋଗିତା ହେଉ’

Advertisment

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପରିବେଶ ପଞ୍ଚାୟତ

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପରିବେଶ ପଞ୍ଚାୟତ

‘ଗଛ କାଟିବା ବଦଳରେ ଗଛ ଲଗାଇବା ପାଇଁ ପ୍ରତିଯୋଗିତା ହେଉ’
ମାଲକାନଗିରି: ଏକଦା ମାଲାକନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଦିନବେଳା ବାଘ ବିଚରଣ କରୁଥିଲେ। ଏହି ଅଂଚଳ ଘଂଚ ଅରଣ୍ୟରେ ପରିପୂର୍ଣ୍ଣଥିଲା। ଏବେ ଲୋକେ ଗଛ ଲଗାଇବା ପରିବର୍ତ୍ତେ ଗଛ କାଟିବା ପାଇଁ ପ୍ରତିଯୋଗିତା କରୁଛନ୍ତି। ଏବେ ସବୁଜ ସୁନ୍ଦର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଏବେ ଜଂଗଲ ଶୂନ୍ୟ ହେବାକୁ ବସିଲାଣି ବୋଲି ପରିବେଶ ପଞ୍ଚାୟତରେ ଉପସ୍ଥିତ ଅତିଥିମାନେ ନିଜ ମତ ରଖିଥିଲେ।
ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ବ୍ୟାପକ ଗଛ ଲଗାଇବା ନେଇ ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ରହି ତାଂକର ପିଲା ଦିନେ ଦେଖିଥିବା ଜଂଗଲ ଆଉ ଏବର ଜଂଗଲ ଭିତରେ ଥିବା ପାର୍ଥକ୍ୟକୁ ବଖାଣିଥିଲେ। ଏବେ ଲୋକେ ଆମ୍ବ, ପଣସ, ନିମ ଗଛ ଛାଡୁ ନୀଳଗିରି ଗଛ ଲଗାଇ ଲାଭବାନ ହେବାକୁ ଏକ ପ୍ରକାର ପ୍ରତିଯୋଗିତା କଲେଣି। ଫଳରେ ଜଳସ୍ତର ଧୀରେଧୀରେ ତଳକୁ ଯାଉଛି। ସେ ମାଲକାନଗିରି ଜିଲ୍ଲାର ଜଂଗଲ ଦେଖିଛନ୍ତି। ପ୍ରତିଦିନ ଭାଲୁ ଓ ବାଘଙ୍କର ଚିତ୍କାର ସେ ଶୁଣିଛନ୍ତି। ଏବେ ଆଉ ସେହି ସମୟ ନାହିଁ। ଜଂଗଲ ବିଭାଗ ଯେତେ ତତ୍ପରତା ଦେଖାଇଲେ ମଧ୍ୟ ମାଫିଆଙ୍କ କବଳରୁ ଜଂଗଲ ବଞ୍ଚାଇବା କଷ୍ଟକର ହୋଇପଡୁଛି। ଆମକୁ ଏବେ ଠାରୁ ଚିନ୍ତା କରିବାକୁ ପଡିବ। ଆଗାମୀ ପିଢ଼ି ପାଇଁ ଆମେ କଣ ସବୁ ଛାଡିକେ ଯାଉଛି ସେନେଇ ଉପସ୍ଥିତ ଜନତାଙ୍କୁ ବୁଝାଇଥିଲେ।
ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ଚନ୍ଦ୍ର ବାକା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତିରଂଜନ, ସରପଞ୍ଚ ନାକା କାନାୟା ନାୟକ, ସମିତି ସଭ୍ୟ ବାଲରାଜୁ କୋପେ, ବନାଞ୍ଚଳ ଅଧିକାରୀ ବାସୁଦେବନ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ଭଦ୍ର, ପ୍ରେରଣା ଏସଏଚଜିର ସଭାନେତ୍ରୀ ସଂତୋଷିନୀ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ମାଥିଲି ସମ୍ବାଦ ପ୍ରତିନିଧି ବିକ୍ରମ ପାତ୍ର ସଭାପତିତ୍ବ କରିଥିଲେ।
କାର୍ଯ୍ୟକ୍ରମକୁ ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ଓ ମାଥିଲି କନକ ପ୍ରତିନିଧି ବସନ୍ତ ସଗରିଆ ପରିଚାଳନା କରିଥିଲେ। ଅନ୍ୟ ଅତିଥିମାନେ ବ୍ୟାପକ ବୃକ୍ଷରୋପଣ ଉପରେ ଜୋର ଦେଇଥିଲେ। ସମସ୍ତେ ଘରେ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଶପଥ ନେଇଥିଲେ। ଏଥିସହ ପ୍ଲାଷ୍ଟକ, ପଲିଥିନକୁ ବ୍ୟବହାର ନକରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ପରିବେଶକୁ ବଞ୍ଚାଇବାକୁ ନେଇ ସମ୍ବାଦ ଓ କନକ ଟିଭିର ଏହି ଆନ୍ଦୋଳନକୁ ପ୍ରଶଂସା କରିବା ସହ ଆଗକୁ ନେବାକୁ ସମସ୍ତେ ଏକ ସ୍ବରରେ ପ୍ରତିଜ୍ଞା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe