ସମ୍ବାଦ ସାହିତ୍ୟଘର ଓ ଅମରପାଲି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିଭିନ୍ନ ପ୍ରକାରର ୨୨୩ ଚାରା ରୋପଣ

ସମ୍ବାଦ ସାହିତ୍ୟଘର ଓ ଅମରପାଲି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ହାଇସ୍କୁଲ ପରିସରରେ ଶନିବାର ବୃକ୍ଷ ରୋପଣ କରାଯାଇଛି। ବୀରମହାରାଜପୁର ସମ୍ବାଦ ସାହିତ୍ୟଘର ଓ ଅମରପାଲି ହାଇସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ୨୨୩ଟି ଚାରା ରୋପଣ କରାଯାଇଛି।

ପ୍ରଥମେ ସ୍କୁଲ ପରିସରରେ ବୃକ୍ଷ ରୋପଣ ଦ୍ବାରା କଣ ସବୁ ଲାଭ ହେଉଛି ସେ ଉପରେ ଏକ ସଚେତନତା ସଭା ସ୍କୁଲ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ତଥା ପୂର୍ବତନ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ ବୃକ୍ଷ ରୋପଣ ଦ୍ବାରା ପରିବେଶ ସଂରକ୍ଷିତ ରହିବାର ସହିତ ତାପମାତ୍ରା ହ୍ରାସ ପାଇବା ସ‌ହିତ ବର୍ଷା ମଧ୍ୟ ଠିକ୍ ହୋଇଥାଏ। ଏଣୁ ଆମେ ସମସ୍ତେ ଅତିକମରେ ଗୋଟିଏ ଚାରା ରୋପଣ କରି ତାର ଯତ୍ନ ନେବା ବୋଲି କହିଥିଲେ। ଏହା ସହିତ ଶ୍ରୀ ସାହୁ ସମ୍ବାଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହା ପରେ ଛାତ୍ରଛାତ୍ରୀମାନେ ଚାରା ଧରି ପରିବେଶ ସମ୍ବନ୍ଧୀୟ ଶ୍ଳୋଗନ୍ ଦେଇ ବୃକ୍ଷ ରୋପଣ କରିଥିଲେ। ସ୍କୁଲର ପ୍ରାୟ ୧୮୦ ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆସନ୍ତା ବର୍ଷ ସ୍କୁଲରେ ଯେତିକି ଛାତ୍ର ଛାତ୍ରୀ ଓ କର୍ମଚାରୀ ଥିବେ ସମସ୍ତ ଗୋଟିଏ ଗୋଟିଏ ଚାରା ଲଗାଇବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି।

publive-image

ବୀରମହାରାଜପୁର ସମ୍ବାଦ ପ୍ରତିନିଧି ଯୁଗଳ କିଶୋର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା, ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ, ସମ୍ବିତ୍ ପ୍ରଧାନ, ବ୍ରହ୍ମ।ନନ୍ଦ ପ୍ରଧାନ, ପଦ୍ମନାଭ ପ୍ରଧାନ, କିରାଣୀ ନଟବର ରଣା ଓ ଅନ୍ୟ କର୍ମଚାରୀ ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ, ଗୋବର୍ଦ୍ଧନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe