ରେମୁଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

Advertisment
ରେମୁଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ରେମୁଣା : ରେମୁଣା ସମ୍ବାଦ ସାହିତ୍ୟଘର ପକ୍ଷରୁ ତୃତୀୟ ପର୍ଯ୍ୟାୟ ଚାରାରୋପଣ କାର୍ଯ୍ୟକ୍ରମ ଭୀମେଶ୍ବର ଯୁକ୍ତଦୁଇ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାହିତ୍ୟଘରର ସଭାପତି ଡ.ଭାଗବତ ପ୍ରସାଦ ଦାସ ଓ କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ପଣ୍ଡା ଚାରାରୋପଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସାହିତ୍ୟଘରର ସଂଯୋଜକ ସାମ୍ବାଦିକ ଗ‌ୋବିନ୍ଦ ଚନ୍ଦ୍ର ପାଢ଼ୀ ଓ ସଂପାଦକ ପ୍ରଦୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସଦସ୍ୟ ପ୍ରଭାକର ସାହୁ, ଗିରିଶ ଚନ୍ଦ୍ର ଷଡ଼ଙ୍ଗୀ, ପଦ୍ମଲୋଚନ ପ୍ରଧାନ, ମୋହନ ଚରଣ ଦାସ, ସତ୍ୟରଂଜନ ଦାସ, ଉପେନ୍ଦ୍ର ଜେନା, ବିଜୟ କୁମାର ପ୍ରଧାନ, ସୁନୀଲ ଟୁଙ୍ଗ, ରମେଶ ଚନ୍ଦ୍ର ମହାରଣା, କମଳ କିଶୋର ବେହେରା, ଅଭିଷେକ ବେହେରା, ଜୀବନଜ୍ୟୋତି ଦାସ, ବିଷ୍ଣୁ ପ୍ରସାଦ ମହାପାତ୍ର, ବିଶ୍ବଜିତ ବାରିକ, ଯଶୋଦା ପ୍ରଧାନ, ଚିନ୍ମୟୀ ପ୍ରଧାନ, ସୋନାଲି କର, ମାନସୀ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ରେଣୁକା ଗୋଛାୟତ ପ୍ରମୁଖ ଯୋଗ ଦେଇ ଚାରାରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ୨୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ପ୍ରକାଣ ଚାରାରୋପଣ କରାଯାଇଥିଲା।

ପରେ ଏନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପବିତ୍ର ଜନ୍ମାଷ୍ଟମୀ ଓ ସମ୍ବାଦ ସାହିତ୍ୟଘରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଜି ଜନ୍ମଦିନରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ସଂଯୋଜକ ସାମ୍ବାଦିକ ପାଢ଼ୀ ସମ୍ବାଦ ସାହିତ୍ୟଘରର କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ସମସ୍ତଙ୍କୁ ଅବଗତି କରାଇଥିଲେ। ସଭାରେ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକକୁ ନେଇ ପ୍ରଶଂସା କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଚାରାରୋପଣର ଗୁରୁତ୍ବତା ସଂପର୍କରେ ଅତିଥିମାନେ ଅବଗତ କରାଇଥିଲେ। କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe