ତିହିଡ଼ି : ପରିବେଶ ପାଇଁ ହୋଇଥିଲା ବୃକ୍ଷରୋପଣ, ବ୍ୟକ୍ତିଗତ ରାଗ ରଖି ଉପାଡ଼ି ଦେଲେ ଅସାମାଜିକ ବ୍ୟକ୍ତି

Advertisment
ତିହିଡ଼ି : ପରିବେଶ ପାଇଁ ହୋଇଥିଲା ବୃକ୍ଷରୋପଣ, ବ୍ୟକ୍ତିଗତ ରାଗ ରଖି ଉପାଡ଼ି ଦେଲେ ଅସାମାଜିକ ବ୍ୟକ୍ତି

ତିହିଡ଼ି : ସରକାରୀ ଜମିରେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ହୋଇଥିଲା ବୃକ୍ଷରୋପଣ। ହେଲେ ବ୍ୟକ୍ତିଗତ ରାଗ ଥିବା କାରଣରୁ କିଛି ଅସାମାଜିକ ବ୍ୟକ୍ତି ରାତିଅଧିଆ ଏହି ଗଛଗୁଡ଼ିକୁ ଉପାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଚକ ପଞ୍ଚାୟତର ଦଳେଇସାହିରେ ଏଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

publive-image

ଅଚକ ପଞ୍ଚାୟତର ୮ନଂ ୱାର୍ଡ ଦଳେଇସାହିରେ ଏକ ସରକାରୀଜାଗାରେ ଗ୍ରାମର ଜୟ ଜଗନ୍ନାଥ ଯୁବ ସଂଘ କର୍ମକର୍ତ୍ତାମାନେ ଗତ ୫ତାରିଖରେ କିଛି ଗଛ ଲଗାଇଥିଲେ। ବନ ମହୋତ୍ସବ ପାଳନ ଅବସରରେ ଏହି ବୃକ୍ଷରୋପଣ କରାଯାଇଥିବା ବେଳେ ବନ ବିଭାଗ କାର୍ଯ୍ୟାଳୟରୁ ଚାରାଗୁଡ଼ିକ ଅଣାଯାଇଥିଲା। ଗଛକୁ ସୁରକ୍ଷା ଦେବା ପାଇଁ ତା ଚାରିପଟେ ସଂଘର ସଦସ୍ୟମାନେ ବାଡ଼ ଘେରାଇଥିବା ବେଳେ ପ୍ରତିଦିନ ଯତ୍ନ ନେଉଥିଲେ। ତେବେ ଗତକାଲି ରାତିରେ ଗ୍ରାମର କିଛି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଏହି ଗଛଗୁଡ଼ିକୁ ଉପାଡ଼ି ଏଣେତେଣେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏ‌ନେଇ ସଂଘର କର୍ମକର୍ତ୍ତାମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ନାନା ଧମକଚମକ ଦେଇଥିଲେ ବୋଲି ସଂଘର ସଦସ୍ୟ ସନ୍ତୋଷ ଦାସ, ତାପସ ବୟାରୀ, ଶମ୍ଭୁନାଥ ବେହେରା, ପ୍ରତାପ କୁମାର ଦଳେଇ, ଗଦାଧର ବେହେରା, ଗ୍ରାମବାସୀ ଅଜୟ ଦାସ, ଗୌରହରି ବେହେରା, ଶାନ୍ତିଲତା ବେହେରା, ଦୀନବନ୍ଧୁ ଦାଶ, ରଜନୀ ମୁଦୁଲି, ଭାଗିରଥୀ ଦଳେଇ ପ୍ରମୁଖ ଅଭିଯୋଗ ତିହିଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏନେଇ ଏକ ପାଲଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe