ବୃକ୍ଷରୋପଣ ଜୀବନର ବ୍ରତ ହେଉ : ଫକୀରମୋହନ

ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ବୃ୍କ୍ଷ ବିନା ଜୀବନ ଅସମ୍ଭବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣକୁ ଜୀବନର ବ୍ରତ କରିବା ଆବଶ୍ୟକ ବୋଲି କେନ୍ଦୁଝର ଜିଲ୍ଲା ତେଲକୋଇ...

Untitled-6

କେନ୍ଦୁଝର/ହରିଚନ୍ଦନପୁର: ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ବୃ୍କ୍ଷ ବିନା ଜୀବନ ଅସମ୍ଭବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣକୁ ଜୀବନର ବ୍ରତ କରିବା ଆବଶ୍ୟକ ବୋଲି କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଚନ୍ଦନପୁରସ୍ଥିତ ବ୍ରଜବନ୍ଧୁ ମହାବିଦ୍ୟାଳୟରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ପ୍ରକାଶ କରିଛନ୍ତି।

ବୃକ୍ଷ ନଥିଲେ ଜୀବଜଗତ ବଞ୍ଚିବା ଅସମ୍ଭବ।‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ଙ୍କ ନାମରେ ଗଛଟିଏ ଲଗାଇବାକୁ ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବେ ଗଛଟିଏ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ। ବୃକ୍ଷଗଙ୍ଗା ଅଭିଯାନର ମୁଖ୍ୟ ପୁରୋଧା ରମେଶ ଚନ୍ଦ୍ର ମିଶ୍ର କହିଥିଲେ, ଗଛ ଲଗାଇବା ଅପେକ୍ଷା ଏହାକୁ ବଞ୍ଚାଇ ରଖିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଗଛଟିଏ ବଢ଼ିଲେ ଆମ ପରବର୍ତ୍ତୀ ପିଢ଼ି ଏହାଦ୍ବାରା ଉପକୃତ ହେବେ। ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ଶର୍ମିଷ୍ଠା ମହାନ୍ତି କହିଥିଲେ, ଜୀବନରେ ବୃକ୍ଷରୋପଣର ମହତ୍ତ୍ବ କ’ଣ ସମସ୍ତେ ହୃଦୟଙ୍ଗମ କରିବା ଉଚିତ। ସେ ତୁଳସୀ ବଗିଚା କରି କିଭଳି ପ୍ରକୃତିର ସୁରକ୍ଷା ସାଙ୍ଗକୁ ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି ସେ ସମ୍ପର୍କରେ କହିଥିଲେ। 

ବନପାଳ ଧୀରେନ୍ଦ୍ର ପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବନ ବିଭାଗ କିଭଳି ବୃକ୍ଷରୋପଣ ଓ ଏହାର ସୁରକ୍ଷା ଦିଗରେ କାମ କରୁଛି ତାହା ବୁଝାଇଥିଲେ। ଅନ୍ୟତମ ଅତିଥି ଦମୟନ୍ତୀ ସ୍ବାଇଁ ଗୀତ ମାଧ୍ୟମରେ ଗଛର ଉପକାରିତା ସମ୍ପର୍କରେ ଜଣାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଭୋଳାନାଥ ଜେନା ଜନ୍ମଦିନରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଚନ୍ଦନପୁର ପ୍ରତିନିଧି ଶ୍ରୀନିବାସ ପାଇକରାୟ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସହର ପ୍ରତିନିଧି ସୁଧାଂଶୁ ଶେଖର ସାହୁ, ବିଧାୟକଙ୍କ ପ୍ରତିନିଧି ଶିରୀଷ କୁମାର ସାହୁ, ବିଜେପି ନେତା ସୁଧାକର ସାହୁ, ଅଧ୍ୟାପକ ବସନ୍ତ କୁମାର ମହାପାତ୍ର, ନିର୍ମଳ କୁମାର ବିରୁଆ, ସ୍ନିଗ୍ଧାରାଣୀ ପଣ୍ଡା, ଅର୍ପଣ ସୋରେଙ୍ଗ, ଶିବ ଚରଣ ପାତ୍ର, କବିତା ସାହୁ, ସତ୍ୟପ୍ରିୟ ଦାଶ, ଯତୀନ୍ଦ୍ର କୁମାର ମହାନ୍ତ, ସୁଦର୍ଶନ ସାହୁ, ବିଜୟ କୁମାର ବିଶ୍ବାଳ, ହୃଦାନନ୍ଦ ମହାନ୍ତ, ସଚ୍ଚିଦାନନ୍ଦ ସାହୁ, ଉମେଶ ମହାନ୍ତ, କେଦାରନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe