ରାଜ୍ୟରେ ସଫଳ ହେଉଛି ପ୍ଲାଜ୍‌ମା ଥେରାପି

ପ୍ରଭାବୀ ହେଉନି ପ୍ଲାଜ୍‌ମା ଥେରାପି, କରୋନା ଚିକିତ୍ସା ପ୍ରୋଟୋକଲରୁ ବାଦ୍ ପଡ଼ିବା ଆଶଙ୍କା

The Wire Science

୬ ଗୁରୁତରଙ୍କ ମଧ୍ୟରୁ ୪ ସୁସ୍ଥ ହେଉଛନ୍ତି
ଆଉ ଦରକାର ପଡ଼ୁନାହିଁ ଅମ୍ଳଜାନ
ଖୁବ ଶୀଘ୍ର କରାଯିବ ଡିସଚାର୍ଜ
ଟ୍ବିଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଛି। ମୃତ୍ୟୁ ସଂଖ୍ୟା ବି ଶହେଠାରୁ ଅଳ୍ପ ଦୂରରେ। ଠିକ୍ ଏମିତି ସମୟରେ ରାଜ୍ୟ ସରକାର ଏକ ଭଲ ଖବର ସାମ୍ନାକୁ ଆଣିଛନ୍ତି। ଆଶା ଦେଖାଇଛନ୍ତି ଯେ ଗୁରୁତର କରୋନା ରୋଗୀଙ୍କ ପାଇଁ ଏବେ ଆଉ ସେଭଳି ବିପଦ ନାହିଁ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଓଡିଶାରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ଗୁରୁତର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ଲାଜ୍‌ମା ଥେରାପିରେ ଚିକିତ୍ସା କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି। ଏହି ରୋଗୀଙ୍କୁ ଆଉ ଅମ୍ଳଜାନର ଆବଶ୍ୟକତା ପଡ଼ୁନାହିଁ। ଖୁବଶୀଘ୍ର ଏମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ସେହିପରି ଅନ୍ୟ ୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଖୁବ୍ ଶୀଘ୍ର ସେମାନଙ୍କ ଉପରୁ ବିପଦ ଟଳିଯିବ ବୋଲି ସରକାର ଆଶା ଦେଖାଇଛନ୍ତି।

ସରକାର ସୂଚନା ଦେଇଛନ୍ତି ଯେ ଭୁବନେଶ୍ବର ସମ୍ ହସ୍ପିଟାଲରେ ଯେଉଁ ୪ ଜଣ ଗୁରୁତରଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଥେରାପିର ଚିକିତ୍ସା କରାଯାଇଥିଲା, ସେ ମଧ୍ୟରୁ ୩ ଜଣ ଏବେ ସମ୍ପୂର୍ଣ୍ଣ ବିପଦମୁକ୍ତ। ସେମାନଙ୍କୁ ଆଉ ଅମ୍ଳଜାନ ଦିଆଯାଉନାହିଁ। ଅନ୍ୟ ଜଣଙ୍କର ଅବସ୍ଥା ପୂରା ସ୍ଥିର ଅଛି। ସେହିପରି କଟକ ଅଶ୍ବିନୀରେ ୨ଜଣଙ୍କଠାରେ ପ୍ଲାଜ୍‌ମା ଥେରାପି କରାଯାଇଥିଲା ଓ ଜଣେ ଏବେ ସୁସ୍ଥ ହେଲେଣି ଏବଂ ଅନ୍ୟ ଜଣଙ୍କଠାରେ ସୁସ୍ଥତାର ଲକ୍ଷଣ ଦେଖାଗଲାଣି।

publive-image plazam theraphy

୪ଜଣ ସୁସ୍ଥ କରୋନା ଆକ୍ରାନ୍ତଙ୍କଠାରୁ ୮ୟୁନିଟ୍ ପ୍ଲାଜ୍‌ମା ସଂଗ୍ରହ କରାଯାଇଥିଲା। ଏ ମଧ୍ୟରୁ ୬ଟି ୟୁନିଟ୍‌ର ବ୍ୟବହାର କରାଯାଇଛି। ୪ଜଣ ଗୁରୁତର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇଜଣ ଅଶ୍ବିନୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି।

ପ୍ଲାଜମା ଥେରାପିରୁ ଏଭଳି ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ପ୍ଲାଜ୍‌ମା ଦାନ କରିଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି। ଏନ୍‌ଡିଆର୍‌ଏଫ୍, ହୋମଗାର୍ଡ, ଅଗ୍ନିଶମ ବାହିନୀ କର୍ମଚାରୀ ପ୍ରମୁଖ ପ୍ଲାଜ୍‌ମା ଦାନ କରିବା ଲାଗି ନେଇଥିବା ନିଷ୍ପତ୍ତି ନେଇ ମଧ୍ୟ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଆରୋଗ୍ୟ ହେବାରେ ପ୍ଲାଜ୍‌ମା ଥେରାପି ସହାୟକ ହେବ। କରୋନା ଯୋଦ୍ଧାଙ୍କୁ ପ୍ଲାଜ୍‌ମା ଦାନ ଅନ୍ୟ ଆକ୍ରାନ୍ତଙ୍କୁ ପ୍ରେରଣା ଯୋଗାଇବ।

ପ୍ଲାଜ୍‌ମା ଥେରାପି ଆରମ୍ଭ କରିବାରେ କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ ଓ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ଏହାର ନୋଡାଲ ଏଜେନ୍ସି ଭାବେ ନିଯୁକ୍ତି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଏବେ ପ୍ଲାଜ୍‌ମା ଦାନ ଲାଗି ଅଧିକରୁ ଅଧିକ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସରକାର କହିଛନ୍ତି। ଉଭୟ ସମ୍ ଓ ଅଶ୍ବିନୀରେ ଏହି ଥେରାପି ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର କିମ୍ସରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe