ପ୍ଲାଜ୍‌ମା ଚିକିତ୍ସାକୁ ପ୍ରାଥମିକତା : ମୃତ୍ୟୁ କମିବା ପଛର ରହସ୍ୟ ପ୍ଲାଜ୍‌ମା ଥେରାପି, ଏଯାଏ ୬୩ ସୁସ୍ଥ ହୋଇ ଘରକୁ ଫେରିଲେଣି

Advertisment
କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସଫଳ ହେଉନାହିଁ

The Conversation

ଭୁବନେଶ୍ୱର : ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫୯ ଜଣ କରୋନା ରୋଗୀଙ୍କ ଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇସାରିଲେଣି। ୪୮୨ ଜଣ ଗୁରୁତର କୋଭିଡ୍‌ ରୋଗୀଙ୍କୁ ପ୍ଲାଜ୍‌ମା ଚିକିତ୍ସା ଦିଆଯାଇଛି। ସେ ମଧ୍ୟରୁ ସୁସ୍ଥ ହୋଇ ୬୩ ଜଣ ଘରକୁ ଗଲେଣି। ରାଜ୍ୟରେ ପ୍ଲାଜ୍‌ମା ଚିକିତ୍ସା ସଫଳତା ସଂପର୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏଇଥିପାଇଁ ଯେ ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ଲାଜ୍‌ମା ଥେରାପି ବା ଚିକିତ୍ସା ବ୍ୟବସ୍ଥାକୁ ଅଧିକରୁ ଅଧିକ ଗୁରୁତ୍ବ ଦିଆଯିବ ଓ ଏହାର ସୁଦଢୀକରଣ କରାଯିବ।

ସରକାର ଦାବି କରିଛନ୍ତି ଯେ ପ୍ଲାଜ୍‌ମା ଥେରାପି ମାଧ୍ୟମରେ ଚିକିତ୍ସା କାରଣରୁ ଓଡ଼ିଶାରେ କୋଭିଡ୍ ମୃତ୍ୟୁ ହ୍ରାସ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ନିଷ୍ପତ୍ତି ନେଇ ଅତି ଗମ୍ଭୀର ସ୍ଥିତିରେ ଥିବା ରୋଗୀଙ୍କ ଠାରେ ଏହାର ପ୍ରୟୋଗ ପାଇଁ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ଗତ ୪୦ ଦିନ ମଧ୍ୟରେ ରାଜ୍ୟରେ ୬ଟି ପ୍ଲାଜ୍‌ମା ବ୍ୟାଙ୍କ ବି ସ୍ଥାପନ କରାଯାଇଛି। ଜୁଲାଇ ୧୫ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରଥମ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ପରବର୍ତୀ ସମୟରେ ଭୁବନେଶ୍ବର, ରାଉରକେଲାର ଆଇଜିଏଚ୍, ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲାସ୍ଥିତ ଭିମ୍‌ସାର୍ ଓ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏଭଳି ସୁବିଧା ଦିଆଯାଇଛି। କେବଳ ସେତିକି ନୁହେଁ, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜରେ ପ୍ଲାଜ୍‌ମା ଆବଶ୍ୟକତାକୁ ଲକ୍ଷ୍ୟ କରି ବାଲେଶ୍ବର ମେଡିକାଲ କଲେଜରେ ପ୍ଲାଜ୍‌ମା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

ସରକାର କହିଛନ୍ତି ଯେ ୪୮୨ଜଣ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କାରଣରୁ, ଓଡ଼ିଶାରେ ଏବେ କୋଭିଡ୍ ମୃତ୍ୟୁ ସଂଖ୍ୟା ସର୍ବନିମ୍ନସ୍ତରରେ ଅର୍ଥାତ୍ ୦.୫୧%ରେ ପହଞ୍ଚିଛି। ଏଭଳି ଉତ୍ସାହଜନକ ଫଳାଫଳକୁ ନେଇ ରାଜ୍ୟ ସରକାର କୋଭିଡ୍ ଚିକିତ୍ସା କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି ବୋଲି କହିଛନ୍ତି। ଏଣୁ ଅଧିକରୁ ଅଧିକ ସୁସ୍ଥ ରୋଗୀଙ୍କୁ ପ୍ଲାଜ୍‌ମା ଦାନ କରିବାକୁ ଉତ୍ସାହିତ କରାଯାଉଛି। ସମାନ୍ତରାଳ ଭାବରେ ଜିଲ୍ଲାସ୍ତରରେ ଥିବା ବ୍ଲଡ୍ ବ୍ୟାଙ୍କକୁ ଅଧିକ ସକ୍ରିୟ କରାଯାଇଛି, ଯାହା ଫଳରେ ସେମାନେ ଆଣ୍ଟିବଡ଼ିସ୍ତର ପରୀକ୍ଷା କରି ସଂପୃକ୍ତ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଯୋଗ୍ୟ ନା ନାହିଁ, ତାହା ଜାଣିପାରିବେ।

ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ପ୍ଲାଜ୍‌ମା ଦାନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଲାଗି ମନ୍ତ୍ରୀମାନଙ୍କ ମଧ୍ୟରେ ଜିଲ୍ଲା ବାଣ୍ଟିଛନ୍ତି। ଗତକାଲି ଏକ ବୈଠକରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କଟକ, ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ପ୍ଲାଜ୍‌ମା ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରିଛନ୍ତି। ତେବେ ଅନ୍ୟ ଜିଲ୍ଲା ଦାୟିତ୍ବ ନେଇଥିବା ମନ୍ତ୍ରୀମାନେ ଏ କ୍ଷେତ୍ରରେ କେତେ ଲୋକଙ୍କୁ ପ୍ରଭାବିତ କରିଛନ୍ତି, ତାହା ଜଣାପଡିନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖୁବ୍ ଶୀଘ୍ର ସରକାର ମନ୍ତ୍ରୀଵାରି କିଏ କେତେ ଲୋକଙ୍କୁ ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କରିଛନ୍ତି, ତାହା ସମୀକ୍ଷା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe