Plaster falls from classroom ceiling, students escape unharmed Photograph: (sambad.in)
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି । ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳିବାର ବାସ୍ତବ ଚିତ୍ରସାମ୍ନାକୁ ଆସିଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ୨ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସିଛି। ପାଠପଢା ଚାଲୁଥିବା ବେଳେ ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଥିବା କୁହାଯାଉଛି। ତେବେ ଅଳ୍ପକେ ଛାତ୍ରଛାତ୍ରୀ ବର୍ତ୍ତି ଯାଇଛନ୍ତି ।
ଏପଟେ ମୁଣ୍ଡଉପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଧାନଶିକ୍ଷକ ଚିନ୍ତାରେ ପଡ଼ିଛନ୍ତି । ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇଥିବା ସନ୍ଦେହ କରାଯାଉଛି ।
ବିଦ୍ୟାଳୟରେ ରହିଥିଵା ସମସ୍ତ ଶ୍ରେଣୀଗୃହକୁ ବିପଦ ଶଙ୍କୁଳ ଘୋଷଣା ପରେ ପ୍ରତ୍ୟକଟି ଶ୍ରେଣୀ ଗୃହରେ ଏବେ ତାଲା ପଡିଛି।
ହେଲେ ନୂତନ ଭାବରେ ଓମ୍ବାଡିସି ପକ୍ଷରୁ ନିର୍ମାଣ ହୋଇଥିବା ଲକ୍ଷାଧିକ ଟଙ୍କାର ଶ୍ରେଣୀ କକ୍ଷ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଛାତ ଢଳାଇରେ ବ୍ୟବହୃତ ପଲିଥିନ ନ ଉପାଡ଼ି ସମ୍ପୂର୍ଣ୍ଣ ବିଲଡିଂର ଛାତକୁ ଠିକାଦାର ପ୍ଲାଷ୍ଟର କରିଥିବା ଅଭିଯୋଗ ହୋଇଛି। ହେଲେ ବିଭାଗୀୟ ଅଧିକାରୀ କଣ କରୁଥିଲେ ସେନେଇ ପ୍ରଶ୍ନ ଉଠୁଛି। ଶ୍ରେଣୀଗୃହ ଅଭାବରୁ ଛାତ୍ରଛାତ୍ରୀ ବାରଣ୍ଡାରେ ପାଠ ପଢୁଛନ୍ତି ।
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧୁଷିତ ଜାମଦା ଗୋଷ୍ଠୀ ଶିକ୍ଷା ଅଧୀନ ଉପାନ୍ତ ବଡ଼କୁଲେଇବିରା ଉ.ପ୍ରା ବିଦ୍ୟାଳୟରେ । ତେବେ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ ତଥା ବଡ଼କୁଲେଇବିରା ପଞ୍ଚାୟତ ସମିତି ସଭ୍ୟଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଯୋଗୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟାଳୟର ତିନୋଟି ଶ୍ରେଣୀରେ ୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଜେଡି ସରକାର ଉକ୍ତ ବିଦ୍ୟାଳୟକୁ ୫ -ଟି ଯୋଜନାରେ ଅନ୍ତର୍ଭୁକ୍ତ କରି ପ୍ରୋଜେକ୍ଟର ଓ ଫ୍ୟାନ୍ ଲଗାଇ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ପୂର୍ବ ସରକାର ୫-ଟି ଯୋଜନାରେ ଶ୍ରେଣୀଗୃହ କଷ୍ଟ ଦୂର କରିବା ପାଇଁ ଲକ୍ଷାଧିକ ଟଙ୍କାରେ ଦୁଇଟି ଶ୍ରେଣୀଗୃହ ନିର୍ମାଣ କରିଥିଲେ। କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ନିମ୍ନମାନର କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ଅସହାୟ ଦମ୍ପତ୍ତିଙ୍କ ନିକଟରେ ପହଞ୍ଚି ସହାୟତା ପ୍ରଦାନ କଲା ପ୍ରଶାସନ
ପ୍ଲାଷ୍ଟର ଖସିବା ପରେ ଦେଖିବାକୁ ମିଳିଛି ଯେ, ଢ଼ଳାଇ ହୋଇଥିବା ପଲିଥିନ ଉପରେ ପ୍ଲାଷ୍ଟର କରାଯାଇଛି । ଯାହା ଫଳରେ ଅଧିକାଂଶ ସମୟରେ ଛାତର ପ୍ଲାଷ୍ଟର ଖସି ପଡୁଛି । ତେବେ ଗତକାଲି ମଧ୍ୟ ପ୍ଲାଷ୍ଟର ଖସିଥିଲା। ସେଥିରେ ଜଣେ ଛାତ୍ର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଏନେଇ ଜାମଦା ଏବିଇଓ ପ୍ରତାପ ଚନ୍ଦ୍ର ନାଏକଙ୍କ ପାଖରୁ ପ୍ରତିକ୍ରିୟା ନେବାରୁ ସେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବିଦ୍ୟାଳୟ ପରିସରରେ ଏଭଳି ନିମ୍ନମାନର କାର୍ଯ୍ୟକୁ ନିନ୍ଦା କରିବା ସହିତ ଠିକାଦାର ଓ ଅଧିକାରୀଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ବିଦ୍ୟାଳୟର ସମସ୍ତ ଭିତ୍ତିଭୂମି ଉପରେ ସରକାର ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି ଦାବି ଉପସ୍ଥାପନ କରିଛନ୍ତି। ନିମ୍ନମାନର କାର୍ଯକୁ ନେଇ ଜାମଦା ବିଡିଓଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇ ପାରି ନଥିଲା ।
ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ପ୍ରକୃତି: କେବେ ହିମସ୍ଖଳନ କେବେ ଭୂସ୍ଖଳନ, ଭୟଭୀତ ଲୋକେ...
Follow Us