ଘଟଗାଁ ଡାକ୍ତରଖାନାରେ ଛାତରୁ ପ୍ଲାଷ୍ଟର ଖସିଲା

Advertisment
ଘଟଗାଁ ଡାକ୍ତରଖାନାରେ ଛାତରୁ ପ୍ଲାଷ୍ଟର ଖସିଲା

ଘଟଗାଁ: ଘଟଗାଁ ଡାକ୍ତରଖାନାର ଛାତର ପ୍ଲଷ୍ଟର ଖଣ୍ଡ ଖସୁଥିବାରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, କିଛିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଡାକ୍ତରଖାନା ଛାତ ଉପରେ ପାଣି ଜମିଛି। କେଉଁଠି ଛାତରୁ ପାଣି ଗଳୁଛି ତ ଆଉ କେଉଁଠି ଖଣ୍ଡଖଣ୍ଡ ହୋଇ ଛାତରୁ ପ୍ଲାଷ୍ଟର ଖସୁଛି। ଫଳରେ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଉପରେ ପ୍ଲାଷ୍ଟର ଖଣ୍ଡ ପଡ଼ୁଛି।

ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ୨୫ରୁ ୩୦ ନମ୍ବର ମଧ୍ୟରେ ଥିବା ବିଭିନ୍ନ ବେଡ୍‌ ଉପରେ ଉପରେ ପ୍ଲାଷ୍ଟର ଖସିଥିବା ଦେଖିବାକୁ ମିଳିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe