ପର୍ଯ୍ୟଟନ ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ବନ ବିଭାଗ ପକ୍ଷରୁ ଅଭିଯାନ

ପର୍ଯ୍ୟଟନ ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ବନ ବିଭାଗ ପକ୍ଷରୁ ଅଭିଯାନ
ରାଇରଙ୍ଗପୁର/ବାସୀଙ୍ଗି: ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ନେସା ଡେମ ଠାରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବବର୍ଷ ଉପଲକ୍ଷେ ବଣଭୋଜି ଦଳ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ବେଳେ ବହଳଦା ବନାଞ୍ଚଳ ପକ୍ଷରୁ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ରଖିବା ନେଇ ସଚେତନତା ଅଭିଯାନ ଚାଲିଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନେସା ଡ୍ୟାମ୍ ପରିସରରେ ନୂତନ ବର୍ଷ ଉପଲକ୍ଷେ ବଣଭୋଜି ପାଇଁ ବେଶ ଭିଡ଼ ଜମୁଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନେସା ଡ୍ୟାମକୁ ବୁଲିବା ପାଇଁ ପହଞ୍ଚିଥାନ୍ତି।
ଏହି ଅବସରରେ ଡ୍ୟାମ ନିକଟସ୍ଥ ବୀରବିର୍ଷା ମେମୋରିଆଲ କ୍ଲବ, ଜାନୁମଘୁଟୁ ଗ୍ରାମ ପକ୍ଷରୁ ଆଦିବାସୀ ଡ୍ରାମା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ। ଯାହା ଫଳରେ ମେଳା ସଦୃଶ୍ୟ ପ୍ରବଳ ଭିଡ ଜମିଥାଏ। ତେବେ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ଏହି ବଣଭୋଜି ସ୍ଥଳରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ନିର୍ଦ୍ଦେଶ ଅନୁସାରେ ବହଳଦା ବନାଞ୍ଚଳ ଅଧିକାରୀଣୀ ସୁମତୀ ପାତ୍ରଙ୍କ ଅଧ୍ୟକ୍ଷତା ତଥା ବନରକ୍ଷୀ ଶୁଭସ୍ମିତା ଗିରିଙ୍କ ନେତୃତ୍ବରେ ପାରାଷ୍ଟାଫ ମୋହନ ମହାକୁଡ, ଦୀନବନ୍ଧୁ ପାତ୍ର, ସାଗ୍ରାମ ବାସ୍କେ, ବସନ୍ତ ମଣ୍ଡଳ, ବିରୁଦତ୍ତ ମହାନ୍ତ, ଆନୋ ହାଁସଦାଃ, ଇନ୍ଦ୍ରାୟ ମୁର୍ମୁ ପ୍ରମୁଖ ଦଳବଳ ସହ ଉପସ୍ଥିତ ରହିଥିବାବେଳେ ଲାଇବ୍ରେରୀଆନ ତଥା ପରିବେଶବିତ୍ ରାମଦାସ ମୁର୍ମୁ ଏବଂ ସାମ୍ବାଦିକ ବସନ୍ତ ସାଣ୍ଡିଲ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବଣଭୋଜି କରୁଥିବା ଦଳ, ପର୍ଯ୍ୟଟକ ଓ ଦୋକାନୀମାନଙ୍କୁ ପଲିଥିନ୍ ବ୍ୟବହାର ବାରଣ କରିବା ସହ ଆବର୍ଜନା କୁଣ୍ଡରେ ଆବର୍ଜନା ପକାଇବାକୁ ପରାମର୍ଶ ଦିଆ ଯାଇଥିଲା। ବଣଭୋଜି ଦଳଙ୍କୁ ଥର୍ମକୋଲ ଥାଳି ପ୍ଲେଟ୍ ବଦଳରେ ଶାଳପତ୍ର ତିଆରି ଖଲି ଓ ଦନା ପ୍ରଦାନ କରା ଯାଇଥିଲା। ପ୍ଲାଷ୍ଟିକ ଦ୍ବାରା କିପରି ପରିବେଶ ଦୁଷିତ ହେବା ସହ ବିଷାକ୍ତ ପରିବେଶ ସୃଷ୍ଟି ହେଉଛି ଏବଂ ଏହା ଦ୍ବାରା ଜୀବ ଜଗତ କିପରି ପ୍ରଭାବିତ ହେଉଛି ତାହା ପର୍ଯ୍ୟଟକମାନଙ୍କୁ ବୁଝାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe