୨୦ କୋଟି ବ୍ୟୟରେ ନିର୍ମିତ ଡାକ୍ତରଖାନା ଛାତରୁ ଖସିଲା ପ୍ଲେଟ, ଶିଶୁୱାର୍ଡରେ ବର୍ତ୍ତିଲେ ରୋଗୀ

Advertisment
୨୦ କୋଟି ବ୍ୟୟରେ ନିର୍ମିତ ଡାକ୍ତରଖାନା ଛାତରୁ ଖସିଲା ପ୍ଲେଟ, ଶିଶୁୱାର୍ଡରେ ବର୍ତ୍ତିଲେ ରୋଗୀ
ଭଦ୍ରକ: କୋଡ଼ିଏ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଭଦ୍ରକର ଗେଲପୁର ମୌଜାର ନୂତନ ମହିଳା ଓ ଶିଶୁ ଡାକ୍ତରଖାନାର ଛାତରୁ ଆଜି ପ୍ଲେଟ ଖସି ପଡ଼ିଛି। ଶିଶୁ ୱାର୍ଡ ଭିତରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁମାନେ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଛାତ ସିଲିଂ ପ୍ଲେଟ ଖସି ପଡ଼ିଥିଲା। ଅବଶ୍ୟ ସୌଭାଗ୍ୟ ବଶତଃ ତାହା କୌଣସି ଶିଶୁଙ୍କ ଉପରେ ପଡ଼ି ନାହିଁ।
ଅନ୍ୟପଟରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ୍ କୋଠା ନିମ୍ନମାନର କାମ ହୋଇଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ବ୍ୟାପକ ପିସି କାରବାର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଏହି ନୂତନ ମେଡିକାଲ୍ ଉଦ୍‌ଘାଟନର ଦୁଇ ମାସ ଭିତରେ ଛାତରୁ ପ୍ଲେଟ ଖସିବା ଘଟଣାକୁ ନେଇ ଆଜି ଭଦ୍ରକ ସହରରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାର ତଦନ୍ତ ହେବା ଉଚିତ ବୋଲି ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe