ବାଲେଶ୍ୱର ରେଳ ଷ୍ଟେସନରେ ପିଇବା ପାଣିରେ ଧୁଆ ହେଉଛି ପ୍ଲାଟଫର୍ମ

Advertisment
ବାଲେଶ୍ୱର ରେଳ ଷ୍ଟେସନରେ ପିଇବା ପାଣିରେ ଧୁଆ ହେଉଛି ପ୍ଲାଟଫର୍ମ

ବାଲେଶ୍ବର : ବାଲେଶ୍ବର ରେଳ ଷ୍ଟେସନ। ସବୁ ପ୍ଲାଟ୍‌ଫର୍ମ ପାନୀୟଜଳର ବ୍ୟବସ୍ଥା କରାଯିବା ସହ ଲେଖାଯାଇଛି ପିଇବା ପାଣିକୁ ଅଯଥା ନଷ୍ଟ କରନ୍ତୁ ନାହିଁ। କିନ୍ତୁ ଜନସାଧାରଣ ତ ଦୂରର କଥା ଷ୍ଟେସନ ପରିଚାଳନାରେ ଦାୟିତ୍ବରେ ଥିବା କର୍ମଚାରୀମାନେ ଏହାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଷ୍ଟେସନର ସଫେଇ କର୍ମଚାରୀମାନେ ପ୍ରତିଦିନ ପ୍ଲାଟ୍‌ଫର୍ମ ଧୋଇବା ପାଇଁ ସେଠାରେ ବିଭିନ୍ନ ସ୍ଥାନରେ ରହିଥିବା ପିଇବା ପାଣିଟ୍ୟାପ୍‌ଗୁଡ଼ିକରୁ ପାଇପ ଲଗାଇ ପାଣି ବ୍ୟବହାର କରୁଛନ୍ତି। ଫଳରେ ପ୍ରତିଦିନ ହଜାର ହଜାର ଲିଟର ପାଣି ଅଯଥାରେ ନଷ୍ଟ ହେଉଥିବା ‌ଅଭିଯୋଗ ହୋଇଛି।

publive-image

ଏନେଇ ସଫେଇ କାମରେ ନିୟୋଜିତ ଥିବା ସଂସ୍ଥାର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ପ୍ଲାଟଫର୍ମ ସଫା କରିବା ଲାଗି ଷ୍ଟେସନରେ ସ୍ବତନ୍ତ୍ର ପାଣିଟାଙ୍କି ରହିଛି। କିନ୍ତୁ ସବୁ ଜାଗାରେ ତାର ପଏଣ୍ଟ୍‌ କରାଯାଇନାହିଁ। ଫଳରେ ପ୍ଲାଟଫର୍ମ ଧୋଇବାକୁ ସେମାନେ ପିଇବା ପାଣିଟ୍ୟାପ୍‌ରୁ ପାଣି ବ୍ୟବହାର କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ଷ୍ଟେସନ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe