୨୧ରୁ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍‌ ସେବା ସଂଘର ପ୍ଲାଟିନମ୍‌ ଜୁବଲି, ଯୋଗଦେବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Advertisment

୨ଦିନିଆ ସ୍ବତନ୍ତ୍ର ଛୁଟି ଘୋଷଣା କଲା ଗୃହ ବିଭାଗ

୨ଦିନିଆ ସ୍ବତନ୍ତ୍ର ଛୁଟି ଘୋଷଣା କଲା ଗୃହ ବିଭାଗ

ଦିନକ ପାଇଁ ଶପଥଗ୍ରହଣ ଚର୍ଚ୍ଚା ବଢ଼ିଲା; ରାଜ୍ୟପାଳ ଆସିଲେ, ଆଜି ପୁଣି ହରିଆନା ଫେରିଯିବେ

Facebook

ଭୁବନେଶ୍ବର : ୭୮ତମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘର ପ୍ଲାଟିନମ୍‌ ଜୁବଲି ଆସନ୍ତା ୨୧ରୁ ୨୩ ତାରିଖ, ତିନିଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ସଂଘର ୭୭ତମ ବାର୍ଷିକ ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହେବ ବୋଲି ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।

ଖାରବେଳନଗରସ୍ଥିତ ଓ‌‌ଡ଼େଶା ଭବନଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିବେ। ସେହିପରି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସଭାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ତୁଷାରିକାନ୍ତି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାଂସଦ ମହେଶ ସାହୁ ଓ ଜୁଏଲ୍‌ ଓରାମ୍‌ ମଧ୍ୟ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ଓ ଯୋଗ୍ୟ ସଦସ୍ୟ ଇଂଜିନିୟର୍‌ମାନଙ୍କୁ ଓଡେଶା ପରିବାର ପକ୍ଷରୁ ପୁରସ୍କୃତ କରାଯିବ। ସଂଘର ପ୍ଲାଟିନମ୍‌ ଜୁବଲି ଓ ବାର୍ଷିକ ସାଧାରଣ ସଭାରେ ସଦସ୍ୟମାନେ ଯୋଗ ଦେବା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆସନ୍ତା ୨୨ ଓ ୨୩ ତାରିଖକୁ ସ୍ବତନ୍ତ୍ର ଛୁଟି ମଂଜୁର କରାଯାଇଛି। ପ୍ରତ୍ୟେକ ଜିଲ୍ଲାରୁ ପ୍ରତିନିଧି ସଦସ୍ୟମାନେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଂଘ ଅନୁରୋଧ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe