ସାଧାରଣ ନିର୍ବାଚନରେ ଜାତିକାର୍ଡ ଖେଳ: ଝାରସୁଗୁଡ଼ାରେ କିଷାନ, ବ୍ରଜରାଜନଗରରେ ସାହୁ ସଂଜ୍ଞାଧାରୀ ଅଧିକ

Advertisment
ଝାରସୁଗୁଡ଼ା ଉପନିର୍ବାଚନ: ଆଦିବାସୀ, ଅଘରିଆ ଭୋଟରଙ୍କ ଉପରେ ନଜର

ଝାରସୁଗୁଡ଼ା: ସାଧାରଣ ନିର୍ବାଚନ ପାଇଁ ମତଦାନକୁ ଆଉ ୨ ସପ୍ତାହ ବାକି। ଏଥିପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରଚାରରେ ଲାଗିପଡ଼ିଛନ୍ତି। ଜିଲ୍ଲାର ପ୍ରତିଟି ନିର୍ବାଚନରେ ଜାତି କାର୍ଡ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଚଳିତ ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ମିଳିଥିବା ତଥ୍ୟ ଅନୁସାରେ, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ମୋଟ ଭୋଟରଙ୍କ ମଧ୍ୟରୁ ୪୮ ପ୍ରତିଶତ ଅର୍ଥାତ୍‌ ପ୍ରାୟ ଅଧା ଆଦିବାସୀ ଭୋଟର ରହିଛନ୍ତି। ସେଥି ମଧ୍ୟରେ କିଷାନ ସାଜ୍ଞାଧାରୀଙ୍କ ସଂଖ୍ୟା ସର୍ବାଧିକ ୬.୯ ପ୍ରତିଶତ। ସେପଟେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଓବିସି ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସେଠାରେ ସାହୁ ସାଜ୍ଞାଧାରୀଙ୍କ ସଂଖ୍ୟା ଅଧିକ।

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୭ ହଜାର ୧୭୭ ଜଣ ଭୋଟର ରହିଛନ୍ତି। ବିଶେଷକରି ଲଇକେରା, କିର୍ମିରା ଓ କୋଲାବିରା ବ୍ଲକରେ ଆଦିବାସୀ ଭୋଟରଙ୍କ ହାର ଯଥେଷ୍ଟ ଅଧିକ ରହିଥିବା ବେଳେ ଝାରସୁଗୁଡ଼ା ସଦର ବ୍ଲକ୍‌ ଓ ମ୍ୟୁନିସିପାଲଟି ଅଞ୍ଚଳରେ ଏହି ଭୋଟରଙ୍କ ସଂଖ୍ୟା ୨୮ ପ୍ରତିଶତ ରହିଛି। ଜିଲ୍ଲାର ଉଭୟ ନିର୍ବାଚନମଣ୍ଡଳୀର ଭୋଟର ତାଲିକାର ଅନୁଶୀଳନ ରିପୋର୍ଟ ଅନୁସାରେ, ଏଠାରେ କିଷାନ ସାଜ୍ଞାଧାରୀଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏହା ପଛକୁ ନାଏକ ସାଜ୍ଞାଧାରୀ ୫.୭%, ପଟେଲ ୪.୫%, ସାହୁ ୩.୬%, ପ୍ରଧାନ ୨.୬%, ବାଗ ୨.୬%, ମାଝୀ ୨.୬%, ମୁଣ୍ଡା ୨.୪%, ରୋହିଦାସ ୧.୮%, ଓରାମ ୧.୭%, ‌ବେହେରା ୧.୫%, ସିଂହ ୧.୫%, ଭୋଇ ୧.୪%, ମେହେର ୧.୪%, ଧୁରୁଆ ୧.୨%, ଖଡ଼ିଆ ୧.୨%, ଭଇଁଷା ୧.୧%, ସା ୧%, କାଲୋ ୦.୯%, ବୁଦୁଲା ୦.୯%, ପଧାନ ୦.୮%, ଶର୍ମା ୦.୮%, ସେଠ ୦.୮%, ଜୟପୁରିଆ ୦.୭%, ରଣା ୦.୭%, ମହାନନ୍ଦ ୦.୬%, ନେଟୀ ୦.୬%, ଦାସ ୦.୬%, ଛତ୍ରିଆ ୦.୬% ତଥା ମୁସ୍‌ଲିମ ଭୋଟର  ୩.୭% ରହିଛନ୍ତି।

ସେହିଭଳି ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୧୫ ହଜାର ୮୫୮ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରେ ଓବିସି ଭୋଟରଙ୍କ ସଂଖ୍ୟା ୬୫ ପ୍ରତିଶତ ବୋଲି ଦାବି କରାଯାଉଛି। କେବଳ ଲଖନପୁର ବ୍ଲକରେ ଅଘରିଆ, ତେଲି, କୁଲତା, ମାଳୀ, କୁମ୍ଭାର, ଗଉଡ଼, ଲୁହାର, ସୁନାରୀ, ଶୁଣ୍ଢି ଭଳି ଓବିସି ସମ୍ପ୍ରଦାୟର ଭୋଟରଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ରହିଛି। ଏହି ନିର୍ବାଚନମଣ୍ଡଳୀରେ ସାଧାରଣବର୍ଗର ଭୋଟରଙ୍କ ସଂଖ୍ୟା ୭-୮ ପ୍ରତିଶତ ମାତ୍ର ଥିବା ବେଳେ ବଳକା ଭୋଟର ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଭୋଟର ତାଲିକାର ରିପୋର୍ଟ ଅନୁସାରେ ଏଠାରେ ସାହୁ ସାଜ୍ଞାଧାରୀଙ୍କ ସଂଖ୍ୟା ସର୍ବାଧିକ ୫.୨ ପ୍ରତିଶତ ରହିଛି। ତା’ ପଛକୁ ପଧାନ ୪.୪%, ଭୋଇ ୪%, ମୁସ୍‌ଲିମ ୩.୬%, ସା ୩.୪%, ପ୍ରଧାନ ୩.୨%, ସିଂହ ୨.୮%, ଖଡ଼ିଆ ୨.୭%, ନାଏକ ୨.୪%, ମେହେର ୨.୧%, ମୁଣ୍ଡା ୧.୯%, ବିଶ୍ବାଳ ୧.୫%, ବାରିକ ୧.୫%, କିଷାନ ୧.୫%, ମାଝୀ ୧.୫%, ଧୁରୁଆ ୧.୪%, ବେହେରା ୧.୩%, ରୋହିଦାସ ୧.୩%, ଭୁଏ ୧.୩%, ବାଗ ୧.୩%, ସେଠ ୧.୧%, ପଟେଲ ୧.୧%, ରାଉତ ୧%, ଦାସ ୦.୯%, ଖମାରୀ ୦.୮%, ରାୟ ୦.୭%, ମିର୍ଦ୍ଧା ୦.୬%, ଓରାମ ୦.୬%, ସୁନା ସାଜ୍ଞାଧାରୀ ୦.୬% ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe