ପୁରୀ: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ରୀମନ୍ଦିର ପରିସରସ୍ଥିତ କଳ୍ପବଟ ବୃକ୍ଷ ମୂଳରେ ନୟାଗଡ ଅଞ୍ଚଳର ଅବସରପ୍ରାପ୍ତ ଖାଦ୍ୟ ନିରୀକ୍ଷକ ଅଜୟ ଦାସ (୭୫) ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ କଳ୍ପବଟ ବୃକ୍ଷ ମୂଳେ ପ୍ରାଣ ଯାଇଥିବାରୁ ଶ୍ରୀ ଦାସ ଶ୍ରୀମନ୍ଦିରରେ ସ୍ୱର୍ଗପ୍ରାପ୍ତି ହେଲେ ବୋଲି କୁହାଯାଉଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଶ୍ରୀ ଦାସ ନିଜ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନ ସାରିବା ପରେ ପ୍ରବଳ ଖରାରେ ତାଙ୍କ ମୁଣ୍ଡ ବୁଲାଇଥିଲା। ଫଳରେ ସେ କଳ୍ପବଟ ବୃକ୍ଷ ମୂଳେ ବିଶ୍ରାମ ନେଇଥିଲେ। ମାତ୍ର ଶୋଇ ପଡିଥିବା ଶ୍ରୀ ଦାସ ଆଉ ଉଠିନଥିଲେ। ପରିବାର ଲୋକେ ତାଙ୍କୁ ଉଠାଇଥିଲେ ବି ତାଙ୍କ ଶରୀର ସେତେବେଳକୁ ନିଶ୍ଚଳ ହୋଇ ଯାଇଥିଲା। ପରିବାର ଲୋକେ ଅନ୍ୟ ଯାତ୍ରୀ ସହାୟକଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
କଳ୍ପବଟ ମୂଳେ ବୃଦ୍ଧଙ୍କ ଜୀବନ ଗଲା
Advertisment
Follow Us