ପୀଡ଼ିତାଙ୍କ ଦୁର୍ଦ୍ଦଶାକୁ ବିଚାରକୁ ନିଆଯିବା ଉଚିତ: ହାଇକୋର୍ଟ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ଜାମିନ ଶୁଣାଣି ସମୟରେ ପୀଡ଼ିତାଙ୍କ ଦୁର୍ଦ୍ଦଶାକୁ ବିଚାରକୁ ନିଆଯିବା ଉଚିତ। ଏଥିସହିତ ଅଭିଯୁକ୍ତ ଦ୍ବାରା ପୀଡ଼ିତା ଓ ତାଙ୍କ ପରିବାରର ସମ୍ମାନ ନଷ୍ଟ ସମ୍ଭାବନା ପ୍ରସଂଗକୁ ବିଚାରକୁ ନିଆଯିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ପ୍ରସଂଗରେ ଶୁଣାଣି କରି ଏହିଭଳି ଏକ ରାୟ ଦେଇଛନ୍ତି।

ପ୍ରକାଶିତ ରାୟରେ ଉଲ୍ଳେଖ କରାଯାଇଛି ଯେ, କେତେକ କ୍ଷେତ୍ରରେ ମହିଳାମାନେ ସ୍ବଇଚ୍ଛାରେ ସଂପର୍କ ରଖୁଥିବାବେଳେ ଏଭଳି ସଂପର୍କକୁ ନିୟନ୍ତ୍ରଣ କରିବା ପାଇଁ ଦୁଷ୍କର୍ମ ସଂପର୍କିତ ଆଇନ ବ୍ୟବହାର ହେବା ଉଚିତ ନୁହେଁ। କିନ୍ତୁ ଏଭଳି ବହୁ ଅଭିଯୋଗର ଅଭିଯୋଗକାରିଣୀ ସାମାଜିକ ଅନଗ୍ରସର, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଓ ଗ୍ରାମାଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦିଆଯାଇ ଅଭିଯୁକ୍ତ ଶାରୀରିକ ସଂପର୍କ ରଖିଥିବା ଘଟଣା ସ୍ପଷ୍ଟ ହେଉଛି। ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଗର୍ଭବତୀ ହେଉଥିବା ପୀଡ଼ିତାଙ୍କୁ ପରିତ୍ୟାଗ କରାଯାଉଛି। ଦୁଷ୍କର୍ମ ସଂପର୍କିତ ଆଇନ ଅନେକ ସମୟରେ ପୀଡ଼ିତାଙ୍କ ଦୁର୍ଦ୍ଦଶାକୁ ଆୟତ୍ତ କରିବାରେ ବିଫଳ ହୋଇଥାଏ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଖୋର୍ଦ୍ଧା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe