ତାରା ଦତ୍ତ କମିଟି ରିପୋର୍ଟକୁ ନେଇ ପୁଣି ଚର୍ଚ୍ଚା : ତନାଘନା କଲେ ସାଧାରଣ ପ୍ରଶାସନ ବିଭାଗ, ରିପୋର୍ଟ ଦେଉନାହାନ୍ତି ବିଡିଏ, ସିଡିଏ, ଗୃହ ନିର୍ମାଣ ବୋର୍ଡ

Advertisment
ତାରା ଦତ୍ତ କମିଟି ରିପୋର୍ଟକୁ ନେଇ ପୁଣି ଚର୍ଚ୍ଚା : ତନାଘନା କଲେ ସାଧାରଣ ପ୍ରଶାସନ ବିଭାଗ, ରିପୋର୍ଟ ଦେଉନାହାନ୍ତି ବିଡିଏ, ସିଡିଏ, ଗୃହ ନିର୍ମାଣ ବୋର୍ଡ

ଭୁବନେଶ୍ୱର : ଏକାଧିକ ଜମି ଓ ଫ୍ଲାଟ୍‌ ଆବଣ୍ଟନ ମାମଲା ସଂକ୍ରାନ୍ତରେ ସରକାର ପୁଣି ଥରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଗଲାଣି, ସେ ନେଇ ସାଧାରଣ ପ୍ରଶାସନ ବିଭାଗ ତନାଘନା ଆରମ୍ଭ କରିଛି। ଖୁବ୍‌ଶୀଘ୍ର ମୁଖ୍ୟଶାସନ ସଚିବ ଏ ସଂକ୍ରାନ୍ତରେ ସମୀକ୍ଷା କରିବେ। ମାତ୍ର କାର୍ଯ୍ୟାନୁଷ୍ଠାନ ସଂପର୍କରେ ବିଡ଼ିଏ, ସିଡିଏ ଓ ରାଜ୍ୟ ଗୃୃହ ନିର୍ମାଣ ବୋର୍ଡ ଜଣାଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଅସନ୍ତୋଷ ଜଣାଇଛି। ଏପରିକି ଏ ସଂକ୍ରାନ୍ତରେ ମଗାଯାଇଥିବା ତଥ୍ୟ ତିନି ମାସ ପରେ ବି କାହିଁକି ମିଳିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା।

ଶ୍ରୀ ମୀନା ଆଜି ବିଡିଏ, ସିଡିଏ ଉପାଧ୍ୟକ୍ଷ ଏବଂ ଗୃହ ନିର୍ମାଣ ବୋର୍ଡ ସଚିବଙ୍କୁ ଚିଠି ଲେଖି ତାରାଦତ୍ତଙ୍କ ନେତୃତ୍ୱରେ ଗଠିତ ଟାସ୍କଫୋର୍ସ କରିଥିବା ସୁପାରିସ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ସାତ ଦିନ ଭିତରେ ଅବଗତ କରିବାକୁ ନିର୍ଦେଶ ଦେଇଛନ୍ତି। ଏଥିରେ କୁହାଯାଇଛି, ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏ ନେଇ ତମାମ ତଥ୍ୟ ଉପସ୍ଥାପନ କରିବାକୁ ବିଡିଏ, ସିଡିଏ ଏବଂ ଓଏସଏଚବିକୁ କୁହାଯାଇଥିଲା। କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ ଅବଗତ କରିବାକୁ ନିର୍ଦ୍ଦେଶ ରହିଥିଲା। ଏହାରି ଭିତରେ ୩ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆପଣ ମାନଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ।

ଏକାଧିକ ଆବଣ୍ଟନ ମାମଲା ସଂକ୍ରାନ୍ତରେ ପୂର୍ବତନ ଆଇଏଏସ ତାରାଦତ୍ତ କମିଟି ଯେଉଁ ରିପୋର୍ଟ ଦେଇଥିଲେ, ତାକୁ ସାଢେ ୩ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଭଳି ପରିପ୍ରେକ୍ଷୀରେ ସାଧାରଣ ପ୍ରଶାସନ ବିଭାଗର ଏବେ ପୁଣି ଥରେ ଏହି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe