ବଢ଼ିଲା ଯୁକ୍ତ୨ ନାମଲେଖା ସମୟସୀମା

Advertisment

୨୫ ଯାଏ ଆବେଦନ, ଜୁଲାଇ ୨ରେ ପ୍ରଥମ ମେରିଟ୍‌ ଲିଷ୍ଟ, ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା

୨୫ ଯାଏ ଆବେଦନ, ଜୁଲାଇ ୨ରେ ପ୍ରଥମ ମେରିଟ୍‌ ଲିଷ୍ଟ, ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା

ବଢ଼ିଲା ଯୁକ୍ତ୨ ନାମଲେଖା ସମୟସୀମା

Dailyhunt

ଭୁବନେଶ୍ବର : ରାଜ୍ୟରେ ଥିବା ୧୬୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ଥିବା‌ ସମୟସୀମାକୁ ବୃଦ୍ଧି କରାଯାଇଛି। ଜୁନ୍‌ ୬ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆଜି ‌ଶେଷ ହେବାର ଥିଲା। ତେବେ ଏବେ ସମୟସୀମାକୁ ଜୁନ୍‌ ୨୫ ରାତି ୧୧ଟା ୪୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୨୬ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ସିଏଏଫ୍‌ର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍‌ସ ରିସୋର୍ସ ସେଣ୍ଟର‌୍‌(ଏସ୍‌ଆରସି)ରେ ଦାଖଲ କରିପାରିବେ।

ଜୁଲାଇ ୨ ଅପରାହ୍ନ ୨ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୩ରୁ ୬ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଜୁଲାଇ ୧୨ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ତଲିକା ପ୍ରକାଶ ପାଇବ। ତାଲିକାରେ ପ୍ରକାଶ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୨ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ। ୧୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଜୁଲାଇ ୨୦ରେ ବଳକା ସିଟ୍‌ ତାଲିକା ପ୍ରକାଶ କରାଯିବ। ଜୁଲାଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଆଜି ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe