ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ : ପାସ୍‌ ପ୍ରତିଶତ ୬୭.୫୬%, ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ 

Advertisment

ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୭୬.୬୩%, ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭%

ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୭୬.୬୩%, ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭%

ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ : ପାସ୍‌ ପ୍ରତିଶତ ୬୭.୫୬%, ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ 

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ପୁସ୍ତିକା‌ ପ୍ରକାଶ କରିଛନ୍ତି। ଯୁକ୍ତ ୨ କଳା ପରୀକ୍ଷାରେ ସମୁଦାୟ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।  ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

publive-image

ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍‌ କରିଛନ୍ତି। ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି।

ପ୍ରଥମ ଶ୍ରେଣୀରେ ୧୪.୯୫ ପ୍ରତିଶତ ଅର୍ଥାତ ୨୨ ହଜାର ୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭.୫୩ ପ୍ରତିଶତ ଅର୍ଥାତ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୬୭.୬୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬.୬୩ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ୪୪.୬୭ ପ୍ରତିଶତ ପିଲା ପାସ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe