ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷାଫଳ

ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ମାଟ୍ରିକ୍‌ ମାର୍କରେ ୦.୩୯% ପିଲା ଅସନ୍ତୁଷ୍ଟ, ମାର୍କ ବୃଦ୍ଧି ପାଇଁ ପରୀକ୍ଷା ଦେବେ ୨୨୪୪

image source-Hindustan Times

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା ବିଭାଗ ପରୀକ୍ଷା ଫଳ ଆସନ୍ତା ସେପ୍ଟେମ୍ବର ମାସ‌ରେ ପ୍ରକାଶ ପାଇବ। ଏଥି ସହ ଧନ୍ଦାମୂଳକ ପରୀକ୍ଷା ଫଳ ବି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସିଏଚଏସଇର ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ଘୋଷଣା ପାଇଁ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଚଳିତ ଅଗଷ୍ଟ ମାସରେ ପାଇବ ବୋଲି ଘୋଷଣା କରାଯାଇଥିଲା।

publive-image

ଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବରୁ ଯୁକ୍ତ ୨  ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ପ୍ରକାଶ ପାଇଛି। କଳା ଓ ଧନ୍ଦମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଛି। ମୂଲ୍ୟାୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବ ଓ ଅଗଷ୍ଟ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ । ତେବେ ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe