ଯୁକ୍ତ୨ ମୂଲ୍ୟାୟନ ଆରମ୍ଭ

ଆଜି ଯୁକ୍ତ୨ ପରୀକ୍ଷା ଫଳ

odishanewsinsight.com

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟର ୧୦୧ଟି କେନ୍ଦ୍ରରେ ଏକାଥରେ ଖାତା ଦେଖାଯାଉଛି। ବାଣିଜ୍ୟ ଓ ବିଜ୍ଞାନର ସମସ୍ତ ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ହେଉଛି। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ବିଭିନ୍ନ ବିଷୟର ଉତ୍ତର ଖାତା ଅଫ୍‌ଲାଇନ୍‌ ମୋଡ୍‌ରେ ଦେଖା ହେବ।

ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ୧୨ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ୍ ୧୩ରୁ ଖାତା ମୂଲ୍ୟାୟନ ହେବ। ଅଫ୍‌ଲାଇନ୍‌ ମୂଲ୍ୟାୟନ ଲାଗି ୬୪ଟି ଏବଂ ଅନ୍‌ଲାଇନ୍‌ ମୂଲ୍ୟାୟନ ଲାଗି ୩୭ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ମୂଲ୍ୟାୟନର ପ୍ରଥମ ଦିନରେ ସବୁ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ସମସ୍ୟା ରହିଥିଲା। କେତେକ କେନ୍ଦ୍ରରେ ମୂଲ୍ୟାୟନକାରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଶୁକ୍ରବାରଠାରୁ ସମସ୍ତ କେନ୍ଦ୍ରରେ ମୂଲ୍ୟାୟନ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe