‘ମୋ ସ୍କୁଲ’ ଅଭିଯାନରେ ଯୁକ୍ତ୨ କଲେଜ

Advertisment

୧୭୫ କୋଟିର ପ୍ରକଳ୍ପକୁ ଅନୁମୋଦନ

୧୭୫ କୋଟିର ପ୍ରକଳ୍ପକୁ ଅନୁମୋଦନ

‘ମୋ ସ୍କୁଲ’ ପ୍ରକଳ୍ପର ସମୀକ୍ଷା: ‘ସୁରଭି’ରେ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିଅନ୍‌’

YouTube

ଭୁବନେଶ୍ବର : ଯୁକ୍ତ ୩ ଡିଗ୍ରି ମହାବିଦ୍ୟାଳୟ ସହ ଗୋଟିଏ କ୍ୟାମ୍ପସ୍‌ରେ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ‘ମୋ ସ୍କୁଲ୍’ ଅଭିଯାନରେ ସାମିଲ କରାଯିବ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ମୋ ସ୍କୁଲ୍ ଅଭିଯାନ ପାଇଁ ‘ଅଗସ୍ତ୍ୟ ଫାଉଣ୍ଡେସନ୍‌’ ଓ ‘ଇନ୍‌ଫୋସିସ୍ ଫାଉଣ୍ଡେସନ୍‌’ ସହ ମିଳିତ ଭାବେ ୭୫୦ ହାଇସ୍କୁଲ୍‌ର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

‘ମୋ ସ୍କୁଲ୍‌’ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ସେମାନଙ୍କ ଘରେ ଓ ଗାଁରେ ‘ସମର୍ କ୍ୟାମ୍ପ୍‌’ ବା ଗ୍ରୀଷ୍ମକାଳୀନ ଶିବିର ଆୟୋଜନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଉକ୍ତ ବୈଠକରେ ୨୮ଟି ଜିଲ୍ଲାରେ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଗତ ମାସକ ମଧ୍ୟରେ ୪୬ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଅଭିଯାନରେ ଯୋଡ଼ି ହେବା ସହ ନିଜ ବିଦ୍ୟାଳୟର ବିକାଶ ପାଇଁ ୯ କୋଟି ୬୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପୁରାତନ ଛାତ୍ରଛାତ୍ରୀମାନେ ବାଲେଶ୍ୱରରେ ୨.୭୬ କୋଟି, କଳାହାଣ୍ଡିରେ ୮୨ ଲକ୍ଷ, କଟକରେ ୬୪ ଲକ୍ଷ, ଅନୁଗୁଳରେ ୬୧ ଲକ୍ଷ ଓ ବରଗଡ଼ରେ ୫୮ ଲକ୍ଷ ଟଙ୍କା ଦେଇଛନ୍ତି। ଏଥିସହ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୪୮.୮କୋଟି ଟଙ୍କାର ଅନୁଦାନ ଆସିଛି। ସମସ୍ତ ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇ ଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଛି। ତେବେ ଉଲ୍ଲେଖନୀୟ କଥା ହେଉଛି ପ୍ରଥମ ଥର ପାଇଁ ଏହି ଅଭିଯାନରେ ଅନୁଗୁଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe