Advertisment

Plus 2 exam preparation: ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: କେନ୍ଦ୍ରୀୟ ସ୍କ୍ବାଡ୍‌ରେ ରହିବେ ଅଧ୍ୟାପକ, କାର୍ଯ୍ୟରୁ ଅବ୍ୟାହତି ଦେବାକୁ ନିର୍ଦ୍ଦେଶ

Advertisment

ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୮ ମଧ୍ୟରେ ୨୩ଟି ସିଟିଂରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ। ହାତରେ ଆଉ କମ୍‌ ଦିନ ବାକି ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷାରେ କୌଣସି ଅସୁବିଧା ନହେବା ପାଇଁ କେନ୍ଦ୍ରୀୟ ସ୍କ୍ୱାଡ୍ ଡ୍ୟୁଟିରେ ନିୟୋଜିତ....

ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୮ ମଧ୍ୟରେ ୨୩ଟି ସିଟିଂରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ। ହାତରେ ଆଉ କମ୍‌ ଦିନ ବାକି ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷାରେ କୌଣସି ଅସୁବିଧା ନହେବା ପାଇଁ କେନ୍ଦ୍ରୀୟ ସ୍କ୍ୱାଡ୍ ଡ୍ୟୁଟିରେ ନିୟୋଜିତ....

exam

Photograph: (CLTI)

ଭୁବନେଶ୍ବର: ଫେବ୍ରୁଆରି ୧୮ରୁ ମାର୍ଚ୍ଚ ୨୮ ମଧ୍ୟରେ ୨୩ଟି ସିଟିଂରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ। ହାତରେ ଆଉ କମ୍‌ ଦିନ ବାକି ଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷାରେ କୌଣସି ଅସୁବିଧା ନହେବା ପାଇଁ କେନ୍ଦ୍ରୀୟ ସ୍କ୍ୱାଡ୍ ଡ୍ୟୁଟିରେ ନିୟୋଜିତ ବ୍ୟକ୍ତିମାନଙ୍କୁ କର୍ଯ୍ୟରୁ ଅବ୍ୟାହତି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/କମ୍ପୋଜିଟ୍ କଲେଜ/ଡିଗ୍ରି କଲେଜ/ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପରୀକ୍ଷା ପରିଚାଳନା ହବ୍‌ ଓ କେନ୍ଦ୍ରଗୁଡ଼ିକର ସୁରକ୍ଷା ସୁନିଶ୍ଚିତ, ପୁଲିସ କର୍ମଚାରୀ ନିଯୁକ୍ତ, ପ୍ରଶ୍ନପତ୍ର ପ୍ୟାକେଟ୍ ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନରେ ପୁଲିସ ସୁରକ୍ଷା କରିବ। ପରୀକ୍ଷା ପଯ୍ୟବେକ୍ଷଣ ଓ ତଦାରଖ ପାଇଁ ପ୍ରତିନିଧି ନିଯୁକ୍ତ, ହବ୍‌ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି।

Peace Talk: ‘ନା’ କହିବାରେ ତେହେରାନର ଶକ୍ତି ନିହିତ: ଅରାଘଚି

ପରୀକ୍ଷା ଶେଷ ଘଣ୍ଟି ବାଜିବା ପୂର୍ବରୁ ଯଦି କୌଣସି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଛାଡ଼ନ୍ତି ତେବେ ତାଙ୍କୁ ପ୍ରଶ୍ନପତ୍ର ବାହାରକୁ ନେବାକୁ ଅନୁମତି ଦିଆଯିବ ନାହିଁ। ହବ୍‌ଗୁଡ଼ିକ ପୁଲିସ ସୁରକ୍ଷା ସହ ଜଣେ ପର୍ଯ୍ୟବେକ୍ଷକଙ୍କ ଜରିଆରେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍ ପଠାଇବେ, ପରୀକ୍ଷା ଦିନ ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପ୍ୟାକେଟ୍ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକ ସକାଳ ୯ଟା ୩୦ ସମୟରେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ, ହବ୍‌ ପର୍ଯ୍ୟବେକ୍ଷକ, ପରୀକ୍ଷା ନିରୀକ୍ଷକ ଓ ଜିଲ୍ଲା ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ଖୋଲାଯିବ। ପ୍ରଶ୍ନପତ୍ର ପ୍ୟାକେଟଗୁଡ଼ିକ ଅଠା ଦ୍ୱାରା ସିଲ୍ ହୋଇଥିବା ଲଫାପାରେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ମାଧ୍ୟମରେ ପରୀକ୍ଷା ହଲ୍‌କୁ ପଠାଯିବ। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ ପରେ ବଳକା ପ୍ରଶ୍ନପତ୍ରଗୁଡ଼ିକୁ ଅଠା ଲଗାଯାଇଥିବା ଲଫାପା ଭିତରେ ସିଲ୍ କରି ରଖାଯିବ, ଯେପରିକି ସେଗୁଡ଼ିକ ଖୋଲା ନରୁହେ।

Controversy: ହିମନ୍ତଙ୍କ ରାଇଫଲ ଧରିଥିବା ଏଆଇ ଫଟୋକୁ ନେଇ ବିବାଦ

ଏହି ବଳକା ପ୍ରଶ୍ନପତ୍ରଗୁଡ଼ିକୁ ସକାଳ ୧୦ଟା ୩୦ ସମୟରେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ/ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ସଂଗ୍ରହ କରାଯିବ। ଯଦି ପରୀକ୍ଷା ଆରମ୍ଭ ପୂର୍ବରୁ ପରୀକ୍ଷାର୍ଥୀମାନେ ଏକାଠି ଆସନ୍ତି, ତେବେ କୌଣସି କୋହଳ ମନୋଭାବ ଦେଖାଯିବ ନାହିଁ ଏବଂ କଡ଼ାକଡ଼ି ଯାଞ୍ଚ ପରେ ହିଁ ସେମାନଙ୍କୁ ଅନୁମତି ଦିଆଯିବ। ପରୀକ୍ଷା ଆରମ୍ଭର ଅଧା ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ହଲ୍ ଭିତରକୁ ଅନୁମତି ମିଳିବ ଏବଂ ସେମାନେ ଅତିକମରେ ୧୫ ମିନିଟ୍ ପୂର୍ବରୁ ନିର୍ଦ୍ଧାରିତ ସିଟ୍‌ରେ ବସିବେ। ପରୀକ୍ଷା ସହ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଅନୁଯାୟୀ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ନଥିବା କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା ହଲ୍ କିମ୍ବା ଆଖପାଖ ଅଞ୍ଚଳକୁ ପ୍ରବେଶ ମନା। ଯଦି କେହି ନିୟମର ଉଲ୍ଲଂଘନ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବର୍ଷ ୨୧୧ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୧୯୦୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୫୭ଟି ପରୀକ୍ଷା କେନ୍ଦ୍ରରେ ୪ ଲକ୍ଷ ଏକ ହଜାର ୬୩୨ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe