ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଜାରି

Advertisment
ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ପରୀକ୍ଷା: ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଜାରି

ଭଦ୍ରକ: ଜିଲ୍ଲାରେ ଥିବା  ୩୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫେବ୍ରୁଆରି ୧୬ ତାରିଖରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଏଇ ପରୀକ୍ଷା ଆସନ୍ତା  ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଭଦ୍ରକରେ ଯୁକ୍ତ ଦୁଇ କଳାରେ ୫୧୨ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ଏଇ କଲେଜ ଅଧିନରେ ଭଦ୍ରକର ଆଖପାଖ କଲେଜର ଛାତ୍ରଛାତ୍ରୀଙ୍କୁ ମିଶାଇ କଳାରେ ମୋଟ ୬୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି।

ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ଭଦ୍ରକ କଲେଜରେ ୫୧୨ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଏଇ କଲେଜ ଅଧିନରେ ମୋଟ ୧୧୭୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ବିଜ୍ଞାନରେ ପରୀକ୍ଷା ଦେବେ। ଯୁକ୍ତଦୁଇ ବାଣିଜ୍ୟରେ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୨୪୮ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ଏଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧୀନରେ ମୋଟ ୩୧୨ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଭଦ୍ରକ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ହବ୍ ହୋଇଥିବା ବେଳେ ଏଇ କଲେଜ ଅଧୀନରେ ୮ଟି କଲେଜକୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବା ସହ ପରୀକ୍ଷା ଖାତା ଦେଖା ମଧ୍ୟ ଏଇଠାରେ କରାଯିବ।

ଭଦ୍ରକ ଜିଲ୍ଲାରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ମୋଟ ୫ଟି ପ୍ରଶ୍ନପତ୍ର ହବ୍ ପ୍ରସ୍ତୁତ କରାଯାଇଛି। ଭଦ୍ରକ କଲେଜ, ଆଗରପଡା କଲେଜ, ବାସୁଦେବପୁର କଲେଜ, ଧାମନଗର କଲେଜ ଓ ପାଳିଆ କଲେଜକୁ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ହବ୍ କରାଯାଇଛି। ଏଇ ପ୍ରଶ୍ନପତ୍ର ହବ୍ ରୁ  ସବୁ କଲେଜକୁ  ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଭଦ୍ରକ କଲେଜ ଅଧୀନରେ ମୋଟ ୨୧୧୨ ଜଣ  ପରୀକ୍ଷାର୍ଥୀ  ପରୀକ୍ଷା ଦେବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଛି।  ଯୁକ୍ତ ଦୁଇ ପରୀକ୍ଷାକୁ ଏଥର ସୁଚାରୁ ରୂପେ ପରିଚାଳନା କରାବା ସହ ଶୃଙ୍ଖଳିତ ଭାବରେ ପରୀକ୍ଷା କରାଯିବା  ଉପରେ ଅଧିକ ଦୃ‌ଷ୍ଟି ଦିଆଯିବ ବୋଲି  ଭଦ୍ରକ କଲେଜର  ଅଧ୍ୟକ୍ଷ ଡ ଦୁର୍ଗାଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe