ଆଜିଠୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା, ୧୮୦ କେନ୍ଦ୍ରରେ ୧୩୯୦ ଛାତ୍ରଛାତ୍ରୀ

Advertisment
ଉଚ୍ଚଶିକ୍ଷା ବିଭାଗର ନାହିଁ ଶିକ୍ଷା କ୍ୟାଲେଣ୍ଡର୍‌: ପାଠପଢ଼ା ଓ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

Mysuru Today

ଭୁବନେଶ୍ୱର : ବୁଧବାରଠାରୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ ହେବ। ନଭେମ୍ବର ୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ଓ ୧୨ ତାରିଖ‌ରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା କରାଯିବ। ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ ଏଜୁକେସନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଥିଓରି ବିଷୟଗୁଡ଼ିକର ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୦ଟି କେନ୍ଦ୍ର ହୋଇଛି। ଯେଉଁଥିରେ ୧୩୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଛି। ପ୍ରବେଶ ସମୟରେ ଫାଟକ ନିକଟରେ ଯେପରି ଭିଡ଼ ନ ହୁଏ ସେଥିପ୍ରତି ଦୃଷ୍ଟି ହେବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି କୋଭିଡ୍‌-୧୯ ନିର୍ଦେଶାବଳୀ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ଆଡମିଟ୍‌ କାର୍ଡ ଓ ଫଟୋ ପରିଚୟପତ୍ର ଆଣିବେ। ଯେଉଁ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ‌ପେପର୍‌ରେ ପାସ୍‌ କରିଥିବେ ହେଲେ ଥିଓରି ପରୀକ୍ଷାରେ ଫେଲ୍‌ କିମ୍ବା ଅନୁପସ୍ଥିତ ଥିବେ ସେମାନେ କେବଳ ଥିଓରି ପରୀକ୍ଷାରେ ଅଂଶଗ୍ରହଣ କରିବେ। ସେମାନଙ୍କର ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ। ଥିଓରି ପରୀକ୍ଷାରେ ପାସ୍‌ କରି ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଉଭୟ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe