ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ ଆଜି

Advertisment
ଯୁକ୍ତ୨ ଥିଓରି ପରୀକ୍ଷା: ପ୍ରଶ୍ନପତ୍ର ତଥ୍ୟ ମାଗିଲା ପରିଷଦ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ପରେ ‌ଯେକୌଣସି ସମୟରେ www.orisssaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀ ନିଜର ରୋଲ୍‌ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ‌ଫଳ ଉପଲବ୍ଧ ହେବ।

ମିଳିଥିବା ସୂଚନା ଅନୁଯାୟୀ ଦୁଇ ବିଭାଗର ମୋଟ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ଯେଉଁଥିରେ ବିଜ୍ଞାନ ବିଭାଗର ୯୫ ହଜାର ଓ ବାଣିଜ୍ୟର ୨୫ ‌ହଜାର ଛାତ୍ରଛାତ୍ରୀ ରହିଛନ୍ତି। ମାଟ୍ରିକ୍‌ ପରି ଯୁକ୍ତ୨ରେ ବି ପାସ୍‌ହାର ୯୦%ରୁ ଅଧିକ ହୋଇଥିବା ଜଣାପଡ଼ିଛି। ତେବେ, ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ ଏବେ ପ୍ରକାଶ ପାଇବନାହିଁ। ପାଠ୍ୟକ୍ରମର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟର ଆବଶ୍ୟକତା ପଡ଼ୁଛି। ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଯାଚିକା ଦାଖଲ ହୋଇଛି। ଉଭୟ ପାଠ୍ୟକ୍ରମର ପରୀକ୍ଷା ଫଳ ଯେପରି ଶୀଘ୍ର ପ୍ରକାଶ ପାଇବ, ସେଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe