ଏସ୍‌ଟିଏସ୍‌ସି ବିଭାଗର ୪ ହାଇସ୍କୁଲରେ ଖୋଲିଲା ଯୁକ୍ତ୨ ବିଜ୍ଞାନ : ଚଳିତବର୍ଷଠାରୁ ହେବ ନାମଲେଖା

Advertisment
ଏସ୍‌ଟିଏସ୍‌ସି ବିଭାଗର ୪ ହାଇସ୍କୁଲରେ ଖୋଲିଲା ଯୁକ୍ତ୨ ବିଜ୍ଞାନ : ଚଳିତବର୍ଷଠାରୁ ହେବ ନାମଲେଖା

photo by : Sify.com

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ରାଜ୍ୟର ଆଉ ୪ଟି ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨)କୁ ଉନ୍ନୀତ କରାଯାଇଛି। ସେଗୁଡ଼ିକ ହେଲା କୋରାପୁଟ ଜିଲ୍ଲାର ବାମୁଣିପୁଟ ଓ ଥୁରିଆ, ନବରଙ୍ଗପୁର ଜିଲ୍ଲାର କରଚାମାଳ ଓ ବେଲଗାଁସ୍ଥିତ ହାଇସ୍କୁଲ। ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷା ପ୍ରଚାର ପ୍ରସାର ତଥା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ଏବେ ବି କିଛି ବ୍ଲକ୍‌ରେ ଯୁକ୍ତ୨ କଲେଜ ଖୋଲାଯାଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ହାଇସ୍କୁଲରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ପାଠପଢ଼ା ଆରମ୍ଭ ହେବ। ଏଠାରେ ଯୁକ୍ତ୨ ବିଜ୍ଞାନ ଶ୍ରେଣୀରେ ନାମଲେଖା ହେବ। ୪ଟି ଯାକ ବିଦ୍ୟାଳୟରେ ୬୪ଟି ଲେଖାଏ ସିଟ୍‌ ରହିବ। ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଓଡ଼ିଆ ଓ ଇଂରାଜୀ ବିଷୟରେ ଶିକ୍ଷା ଦିଆଯିବ। ଏହି ୭ଟି ବିଷୟ ପାଇଁ ଅଧ୍ୟାପକ ନିଯୁକ୍ତି ପାଇଁ ବ୍ୟବସ୍ଥା ହୋଇଛି। ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ସହ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏସ୍‌ଟିଏସ୍‌ସି ବିଭାଗ ଅଧୀନରେ ଥିବା ରାଜ୍ୟର ଆଉ ୩୫ଟି ହାଇସ୍କୁଲର ଭିତ୍ତିଭୂମିର ବିକାଶ କରାଯିବ। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେଗୁଡ଼ିକୁ ଅପ୍‌ଗ୍ରେଡ୍‌ କରାଯିବ। ଯୁକ୍ତ୨ କଲେଜରେ ପରିଣତ କରାଯାଇ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ଏଥିପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe