ଆଜି +୨ ବିଜ୍ଞାନ ପରୀକ୍ଷା ଫଳ

ଆଜି +୨ ବିଜ୍ଞାନ ପରୀକ୍ଷା ଫଳ

zeenews.india.com

ଭୁବ‌ନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ସୋମବାର(ଆଜି) ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ଭବନ‌ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମେତ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି‌ବେ। ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନର କିଛି ସମୟ ପରେ ଛାତ୍ରଛାତ୍ରୀ www.orissaresults.nic.in ଓ www.chseodisha.nic.in ୱେବ୍‌ସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ଛାତ୍ରଛାତ୍ରୀ ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ଫଳ ଜାଣିପାରିବେ।

ଏଥର ୯୯ହଜାର ୧୮ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ। ୨୦୧୮ରେ ୯୫ ହଜାର ୯୬ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୩ ହଜାର ୨୧୧ଜଣ ପାସ୍‌ କରିଥିଲେ। ପାସ୍‌ହାର ୭୬.୯୮ ପ୍ରତିଶତ ଥିଲା। ଏଥର ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା। ସ୍କ୍ବାଡ୍‌ ବ୍ୟବସ୍ଥାକୁ ବି ସୁଦୃଢ଼ କରାଯାଇଥିଲା। ତେଣୁ ଏଥର ପାସ୍‌ହାର ବଢ଼ିବ କି କମିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe