ଅକ୍ଟୋବର ପହିଲାରୁ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା

Advertisment
ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

Representation image

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଅକ୍ଟୋବର ୧ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ। ୧୧ ଦିନ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ରବିବାର ଛୁଟି ଦିନରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ଇଲେକ୍ଟିଭ୍‌ ବିଷୟ ସହ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଯାଇଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ‌ନେବେ। ଏଥିପାଇଁ ୧୩ ହଜାର ୪୩ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବିଜ୍ଞାନରେ ୨୩ ଶହ, ବାଣିଜ୍ୟରେ ୬୦୦, ଧନ୍ଦାମୂଳକ ଶିକ୍ଷାରେ ୪୫୦ ଓ କମ୍ପାର୍ଟମେଣ୍ଟାଲ(ବିଷୟଭିତ୍ତିକ)ରେ ୫୦୦ ଛାତ୍ରଛାତ୍ରୀ ରହିଛନ୍ତି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପହିଲାରୁ ହେବାକୁ ଥିବା ଏହି ସ୍ବତନ୍ତ୍ର ପରୀକ୍ଷା ସମସ୍ତ ବିଷୟରେ ହେବ ନାହିଁ। ବରଂ କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ। ସେଥିରେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହାକୁ ଆଧାର କରି ଅନ୍ୟାନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ। କେଉଁ ପଦ୍ଧତିରେ ମୂଲ୍ୟାୟନ ହେବ ସେନେଇ ପରିଷଦ ନିଷ୍ପତ୍ତି ନେବ। ପ୍ରଶ୍ନପତ୍ର ଢାଞ୍ଚାରେ କୌଣସି ପରିବର୍ତନ ହେବନି। ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ହିସାବକୁ ନିଆଯିବ ନାହିଁ। ସ୍ବତନ୍ତ୍ର ପରୀକ୍ଷାରେ ଯେଉଁ ମାର୍କ ରଖିବେ ତାକୁ ଚୂଡ଼ାନ୍ତ ଭାବେ ଗଣନା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe