ଯୁକ୍ତ୨ ସ୍ପଟ୍‌ ନାମଲେଖା ସରିଲା

Advertisment
ବନ୍ୟା ପାଇଁ ଘୁଞ୍ଚିଲା +୨ ନାମଲେଖା ଅବଧି

Update Odisha

ଭୁବନେଶ୍ବର : ଯୁକ୍ତ୨ ପାଠକ୍ରମରେ ଖାଲିଥିବା ସିଟ୍‌ ପୂରଣ ଲାଗି ଅନୁଷ୍ଠିତ ସ୍ପଟ୍‌ ନାମଲେଖା ଆଜି ଶେଷ ହୋଇଛି। ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ନାମଲେଖା ସମ୍ବନ୍ଧରେ ଚୂଡ଼ାନ୍ତ ତଥ୍ୟ କଲେଜ କର୍ତୃପକ୍ଷ ଇ-ସ୍ପେସ୍‌ରେ ଦାଖଲ କରିବେ। ରାଜ୍ୟର ୨୦୩୫ଟି ଯୁକ୍ତ୨ କଲେଜରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗରେ ପ୍ରାୟ ୧ ଲକ୍ଷ ୪୦ ସିଟ୍‌ ଖାଲି ରହିଛି। ଏହି ସିଟ୍‌ଗୁଡ଼ିକ ପାଇଁ ଖୁବ୍‌ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖାର ସୁଯୋଗ ମିଳିବ। ପୂର୍ବରୁ ଆବେଦନ କରି ନଥିବା କିମ୍ବା କୌଣସି କାରଣରୁ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ନାମଲେଖା ସୁଯୋଗ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe