ଯୁକ୍ତ୨ ପରୀକ୍ଷା ଢାଞ୍ଚା ବଦଳିବ: ୮୦% ସଂକ୍ଷିପ୍ତ ପ୍ରଶ୍ନ

ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

୫୦% ମଲଟିପୁଲ୍‌ ଚଏସ୍‌, ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ
ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ଯୋଜନା
ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେବ। ସେଭଳି ବଡ଼ଧରଣର ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ପ୍ରଶ୍ନପତ୍ରରେ ସଂକ୍ଷିପ୍ତମୂଳକ ପ୍ରଶ୍ନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ୨୦୨୦ ପୂର୍ବରୁ ପ୍ରଶ୍ନପତ୍ରରେ ୬୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଆସୁଥିବା ବେଳେ ଏଥର ତାହାକୁ ୮୦%କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷାରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀ ୮୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ସମ୍ମୁଖୀନ ହେବେ। ପ୍ରଶ୍ନପତ୍ରରେ ୫୦% ମାର୍କର ମଲଟିପୁଲ୍‌ ଚଏସ୍‌ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ଲେଖାଏଁ ରହିବ। ସେହିପରି ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପ୍‌ସନ୍‌(ବିକଳ୍ପ) ରଖାଯିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ମାତ୍ର ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ପ୍ରଶ୍ନଗୁଡ଼ିକର ମୂଲ୍ୟ ୫ ମାର୍କ ଲେଖାଏଁ ରହିବ। ଏଥିରେ ବି ପରୀକ୍ଷାର୍ଥୀଙ୍କୁ ଅଧିକ ବିକଳ୍ପ ଦେବାକୁ ନିଷ୍ପତ୍ତି ନିଆଯାଇଛି।

publive-image LiveChennai

ନୂଆ ସିଲାବସ୍‌ ଅଧୀନରେ ଆସୁଥିବା ‌ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅର୍ଥାତ୍‌ ୨୦୧୬ କିମ୍ବା ଏହାପରେ ପଞ୍ଜୀକରଣ ହୋଇଥିବା ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ଆସିବ। ପୁରୁଣା ସିଲାବସ୍‌ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀ ଅର୍ଥାତ୍‌ ଯେଉଁମାନେ ୨୦୧୫ କିମ୍ବ‌ା‌ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କ ସିଲାବସ୍‌ ଓ ପ୍ରଶ୍ନପତ୍ର ପୂର୍ବବର୍ଷ ପରି ଅପରିବର୍ତ୍ତିତ ରହିବ। ଯୁକ୍ତ୨ ଛାତ୍ରଛାତ୍ରୀ ଶହେ ମାର୍କର ହିଁ ପରୀକ୍ଷା ଦେବେ। ମାର୍କିଂ ପଦ୍ଧତିରେ କୌଣସି ପରିବର୍ତନ ହେବ ନାହିଁ। ଗଣଶିକ୍ଷା ବିଭାଗ ନିକଟକୁ ଆସିଥିବା ପ୍ରସ୍ତାବ ଉପରେ ତର୍ଜମା ଲାଗି ଗଠିତ କମିଟି ରିପୋର୍ଟ ଆଧାରରେ ମାର୍କିଂ ପଦ୍ଧତିରେ ପରିବର୍ତନ ନ କରିବାକୁ ପରିଷଦ ସ୍ଥିର କରିଛି। କମିଟି ଦର୍ଶାଇଛି ଯେ ଏଭଳି ନିଷ୍ପତ୍ତି ଦ୍ବାରା ସରକାରୀ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଧିକ ଅସୁବିଧାର ସମ୍ମୁଖୀନ ହେବେ। ତ୍ରୈମାସିକ ପରୀକ୍ଷାର ମାର୍କକୁ ହିସାବକୁ ନେଇ ସେମାନେ ଉଚିତ୍‌ ନ୍ୟାୟ ପାଇବେ ନାହିଁ। ଘରୋଇ ତଥା ସେଲ୍ଫ ଫାଇନାନ୍ସିଂ କଲେଜରେ ପଢ଼ୁଥିବା ପିଲାମାନେ ଅଧିକ ମାର୍କ ପାଇବେ। ତେଣୁ ସେଭଳି ମାର୍କିଂ ପଦ୍ଧତି ନ ଆପଣାଇବାକୁ କୁହାଯାଇଥିଲା।

publive-image

ଅନ୍ୟପକ୍ଷରେ ପରୀକ୍ଷା ସହ ଜଡ଼ିତ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଆଜି ରିପୋର୍ଟ ପ୍ରଦାନ କରାଯାଇଛି। କରୋନା ସଂକ୍ରମଣ କମିଥିବାରୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରିବା ସପକ୍ଷରେ ମତ ପ୍ରକାଶ ପାଇଛି। ଏଥିସହ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା‌ ଆଧାରରେ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ଶେଷରୁ ଆରମ୍ଭ କରିବାକୁ କୁହାଯାଇଛି। କରୋନା ସଂକ୍ରମଣ କମିଥିଲେ ମଧ୍ୟ ଭୟ ଦୂର ହୋଇ ନାହିଁ। ‌‌ତେଣୁ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ତେବେ କେତେ ସଂଖ୍ୟାରେ ପରୀକ୍ଷା କେନ୍ଦ୍ର ବଢ଼ିବ, ସେନେଇ ପରବର୍ତୀ ସମୟରେ ଧାର୍ଯ୍ୟ ହେବ। ‌ପୂର୍ବବର୍ଷଗୁଡ଼ିକ ପରି ଏଥର ବି ଛାତ୍ରଛାତ୍ରୀ ନିଜ କଲେଜରେ ହିଁ ପରୀକ୍ଷା ଦେବେ। ଘରୋଇ ଯୁକ୍ତ୨ କଲେଜକୁ ଛାଡ଼ି ଭିତ୍ତିଭୂମି ଥିବା ବାକି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe