ଯୁକ୍ତ ତିନି ନାମଲେଖା ଅବଧି ବଢିଲା, ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଗଲା

Advertisment
ଯୁକ୍ତ୩ ସ୍ପଟ୍‌ ନାମଲେଖା ନିର୍ଦେଶାବଳୀରେ ସଂଶୋଧନ

image source-sentinelassam.com

ଭୁବନେଶ୍ବର: ଯୁକ୍ତ ତିନି ନାମଲେଖା ଅବଧି ବଢିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ
ପ୍ରଥମ ଚୟନ ମେରିଟ୍ ତାଲିକାରେ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୬ ତାରିଖକୁ ବୃଦ୍ଧି କରାଯାଇଛି | ପ୍ରଥମ ଚୟନରେ ଆଡମିଶନ ନେଇଥିବା ଛାତ୍ରଙ୍କ ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୬ ତାରିଖରେ ପ୍ରକାଶ ପାଇବ |

ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକା ଅକ୍ଟୋବର ୧୩ ତାରିଖରେ ପ୍ରକାଶ ପାଇବ। ଅକ୍ଟୋବର ୧୩ରୁ ୧୬ ତାରିଖ ଯାଏଁ ଛାତ୍ରମାନଙ୍କ ଦ୍ୱାରା ଆଡମିଶନ ଫିର ଅନଲାଇନ୍ ଜମା କରାଯାଇପାରିବ। ଏହି ସମୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ତାଲିକାରେ ଆଡମିଶନ ନେଇଥିବା ଛାତ୍ରଙ୍କ ଅନଲାଇନ୍ ଆଡମିସନ୍ ଡାଟା ଅପଡେଟ୍ କରାଯିବ। ଇ-ସ୍ପେସର ଅନ୍ତିମ ଆଡମିସନ୍ ଡାଟା ଅପଡେଟ୍ ଓ ମେରିଟ୍ ତାଲିକା ଅକ୍ଟୋବର ୧୯ ତାରିଖରେ ପ୍ରକାଶ ପାଇବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe