ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆଜି କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ୧,୬୮,୫୩୭ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ରାଜ୍ୟର ଯୁକ୍ତ ୩ କଲେଜ ଗୁଡ଼ିକରେ ମୋଟ୍ ୧,୪୯, ୫୩୯ ସିଟ୍ ଥିବା ବେଳେ ୨,୪୪,୨୫୨ ଜଣ ପିଲା ଆବେଦନ କରିଛନ୍ତି।
ଯୁକ୍ତ ୩ ନାମଲେଖା ପାଇଁ ପିଲମାାନେ ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେଟର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଅନଲାଇନ୍ ଆବେଦନ କରିଥିଲେ। ପୂର୍ବ ସୂଚନା ଅନୁସାରେ ଆଜି ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି।
ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୯ରୁ ୧୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିପାରିବେ। ଏହାପରେ ପ୍ରଥମ ପର୍ଯ୍ୟାୟର ଆଡମିସନ୍ ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ। ସେପ୍ଟେଟର ୨୧ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।
Follow Us