ଭାରତ ବନ୍ଦ ପାଇଁ ଘୁଞ୍ଚିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା

Advertisment
ଭାରତ ବନ୍ଦ ପାଇଁ ଘୁଞ୍ଚିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା

image source-newindianexpress.com

ଗୋପାଳପୁର: ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା +୩ ବ୍ୟାକ୍‌ ପେପର୍‌ (ଟିଡିସି) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଆସନ୍ତାକାଲି କଳା, ବାଣିଜ୍ୟ ଏବଂ ବିଜ୍ଞାନ ସ୍ରୋତର ହେବାକୁ ଥିବା ପରୀକ୍ଷାଗୁଡ଼ିକ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ସମସ୍ତ କଲେଜକୁ ଏନେଇ ଉଭୟ ଚିଠି ଏବଂ ମେଲ୍‌ରେ ସୂଚନା ଦିଆଯାଇଥିବା ବେଳେ ଆସନ୍ତାକାଲିର ପ୍ରଶ୍ନପତ୍ର ନଖୋଲିବାକୁ ନିର୍ଦେଶ ଦିଆଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ.ସୁରେନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe