ଆଜି ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

Advertisment
ନାମଲେଖା ନିୟମ ମାନୁନାହାନ୍ତି ଶିକ୍ଷାନୁଷ୍ଠାନ

The Indian Express

ଭୁବନେଶ୍ୱର : ଯୁକ୍ତ୩(ସ୍ନାତକ) କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା(ମେରିଟ୍‌ ଲିଷ୍ଟ) ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ। ଅପରାହ୍ନ ୨ଟାରେ ଏହି ତାଲିକା ବାହାରିବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୨୯ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ଅକ୍ଟୋବର ୨୭ରୁ ନଭେମ୍ବର ୩ ମଧ୍ୟରେ ନାମଲେଖା ହେବା ସହ ଛାତ୍ରଛାତ୍ରୀଙ୍କ ତଥ୍ୟ ଅପଡେଟ୍‌ କରାଯିବ।

ରାଜ୍ୟର ୧୦୨୯ ଯୁକ୍ତ୩ କଲେଜର ୨ ଲକ୍ଷ ୪୯ ହଜାର ୭୯୦ ସିଟ୍‌ ପାଇଁ ନାମଲେଖା ହେଉଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୨୬ ହଜାର ୬୮୬ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୨୩ ହଜାର ୧୦୪ ସିଟ୍‌ ଖାଲି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe