ଯୁକ୍ତ୨ ନାମଲେଖା: ୪.୭୬ ଲକ୍ଷ ଆବେଦନପତ୍ର, ୧୭ରେ ପ୍ରଥମ ମେଧା ତାଲିକା

Advertisment
ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୫ ପର୍ଯ୍ୟନ୍ତ ବଢ଼ିଲା

forum.edugorilla.com

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ(+୨ ପ୍ରଥମ ବର୍ଷ) ଶ୍ରେଣୀରେ ନାମଲେଖା ଲାଗି ବୁଧବାର ଦିନ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ୍‌ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ବେଳେ ୪ ଲକ୍ଷ ୭୧ ହଜାର ୩୨୪ ଜଣ ଅନ୍‌ଲାଇନ୍‌ ଫି’ ଦାଖଲ କରିଥିବା ସାମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୭ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ରୁ ୨୫ ତାରିଖ ମଧ୍ୟରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପ୍ସନ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍‌ ଅନୁରୋଧ ଦେଇପାରିବେ।

ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ। ସେପ୍ଟେମ୍ବର ୧୩ରେ ସ୍ପଟ୍‌ ସିଲେକ୍ସନ ତାଲିକା ପ୍ରକାଶ ପାଇବ ଏବଂ ୧୩ ଓ ୧୪ ତାରିଖରେ ଏହି ଛାତ୍ରଛାତ୍ରୀ ଚୟନ ହୋଇଥିବା ସ୍କୁଲରେ ନାମ ପଞ୍ଜୀକରଣ କରିବେ। ସେପ୍ଟେମ୍ବର ୧୫ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସେହ‌ିଦିନ ମଧ୍ୟାହ୍ନ ୧୨ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ୍ ସିଲେକ୍ସନ୍ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe