ଯୁକ୍ତ୨ ପରୀକ୍ଷା: ଏଥର ୩୦ ପୃଷ୍ଠାର ଉତ୍ତରଖାତା

ଦୁଇଟି ପର୍ଯ୍ୟାୟରେ ପଠାଯିବ ପ୍ରଶ୍ନପତ୍ର, ସୁରୁଖୁରୁରେ ସରିଲା ପ୍ରାକ୍ଟିକାଲ ପରୀକ୍ଷା

ଯୁକ୍ତ୨ ପରୀକ୍ଷାରେ ସହଯୋଗ କରିବେ ଅଧ୍ୟାପକ

LiveChennai

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ଏଥର ଉତ୍ତର ଖାତାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷା ଦେବାକୁ ଥିବା ରେଗୁଲାର ତଥା ୨୦୨୧ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ। ୨୦୨୦ ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ। କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ। ଥିଓରି ପରୀକ୍ଷା ଲାଗି ଉଦ୍ଦିଷ୍ଟ ଉତ୍ତର ଖାତାକୁ କୌଣସି ବି ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପ୍ରାକ୍ଟିକାଲ ପରୀକ୍ଷାରେ ବ୍ୟବହାର କରିପାରିବେ ନାହିଁ। ଏନେଇ ପରିଷଦ ଅଧୀନ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରିଷଦ ପରୀକ୍ଷା ନିୟନ୍ତ୍ରଣ ନିର୍ଦ୍ଦେଶ ଦେଇଛନ୍ତି।

ଏଥର ବି ଦୁଇଟି ପର୍ଯ୍ୟାୟରେ ପରିକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ପ୍ରଶ୍ନପତ୍ର ପଠାଯିବ। ମାର୍ଚ୍ଚ ୧ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବିଷୟଗୁଡ଼ିକର ପରୀକ୍ଷା ଲାଗି ଫେବ୍ରୁ୍ଆରି ୨୨ରୁ ୨୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୧୮ ପରେ ହେବାକୁ ଥିବା ପରୀକ୍ଷା ଲାଗି ମାର୍ଚ୍ଚ ୧୫ରୁ ୧୮ ମଧ୍ୟ‌ରେ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯିବ। ପ୍ରଶ୍ନପତ୍ର ସମେତ ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ପଠାଯିବାକୁ ଥିବାରୁ ହବ୍‌ରେ ସିସିଟିଭି ଲଗାଇବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ପ୍ରତି ହବ୍‌ରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିବେ। ଏଦିଗରେ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ନିଆଯାଇଛି। ଯଦି ନିର୍ଧାରିତ ସମୟରେ ପ୍ରଶ୍ନପତ୍ର ‌ପରୀକ୍ଷା କେନ୍ଦ୍ରରେ ନ ପହଞ୍ଚେ ତେବେ ସେଣ୍ଟର ସୁପରିଟେଣ୍ଡେଣ୍ଟ ତୁରନ୍ତ ହବ୍‌ର ସୁପରଭାଇଜରଙ୍କ ସହ ଯୋଗାଯୋଗ କରିବେ। ଇନ୍‌ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ନିଯୁକ୍ତ ହେବେ। ୫୦୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ରହିବେ। ସେହିପରି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ୍‌ ନିଯୁକ୍ତ ହେବେ। ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା ହଲ୍‌ ନିକଟରେ ଛାତ୍ର ଓ ଛାତ୍ରୀଙ୍କ ଲାଗି ଅଲଗା ଅଲଗା ଅସ୍ଥାୟୀ ପରିସ୍ରାଗାର କରାଯିବ। ଜଣେ ପରୀକ୍ଷାର୍ଥୀ ଅତିବେଶିରେ ୨ରୁ ୩ ମିନିଟ ପର୍ଯ୍ୟନ୍ତ ବାହାକୁ ଯିବେ। ପରିସ୍ରାଗାର ଯିବା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ଦାଖଲ କରିବେ ଇନ୍‌ଭିଜିଲେଟର ତାହା ସୁନିଶ୍ଚିତ କରିବେ।

ସେପଟେ ଫେବ୍ରୁଆରି ପହିଲାରୁ ଆରମ୍ଭ ହୋଇଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ଶିକ୍ଷା ବିଭାଗରେ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଇଛନ୍ତି। ୧୦ ଦିନ ଧରି ଅନୁଷ୍ଠିତ ପରୀକ୍ଷାରେ କୌଣସି ଦିନ ତ୍ରୁଟି ହୋଇ ନଥିବା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe