India TV News
ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୩୨ଟି ପରୀକ୍ଷା କେନ୍ଦ୍ରରେ ୧୧୭୦ଜଣ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ଲାଗି ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ କେନ୍ଦ୍ର ହୋଇଥିବା ବେଳେ ଭୁବନେଶ୍ବର ଓ ରାଉରକେଲାରେ ଅତିରିକ୍ତ କେନ୍ଦ୍ର ହୋଇଥିଲା। ପରୀକ୍ଷାର ସୁପରିଚାଳନା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଥିଲା। ଜୋନ୍ସ୍ତରରେ ଗଠିତ ହୋଇଥିବା ସ୍କ୍ବାଡ୍ର ସଦସ୍ୟମାନେ ପରୀକ୍ଷା କେନ୍ଦ୍ରକୁ ଗସ୍ତ କରିବା ସହ କପି ଯାଞ୍ଚ କରିଥିଲେ।
Follow Us