Update Odisha
ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମ ଲେଖାଇବାକୁ ୩୧ ହଜାର ୯୭୪ଜଣ ଯୋଗ୍ୟତା ଅର୍ଜନ କରିଛନ୍ତି। କଳାରେ ୧୩ ହଜାର ୪୧୦, ବିଜ୍ଞାନରେ ୧୦ ହଜାର ୫୭୯, ବାଣିଜ୍ୟରେ ୪୧୮୫, ସଂସ୍କୃତରେ ୨୫୨୬ ଓ ଧନ୍ଦାମୂଳକ ବିଭାଗରେ ୧୨୭୪ ଜଣ ରହିଛନ୍ତି। ତାଲିକାରେ ୧୬ ହଜାର ୮୭୪ ଜଣ ଛାତ୍ର, ୧୫ ହଜାର ୯୧ଜଣ ଛାତ୍ରୀ ଓ ୯ଜଣ କିନ୍ନର ରହିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ନଭେମ୍ବର ୧ ତଥା ସୋମବାରଠାରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୫ତାରିଖରେ ଯୁକ୍ତ୨ କଲେଜର ଇ-ସ୍ପେସ୍ରେ ଉପଲବ୍ଧ କରାଯିବ।
ୟୁଜି ପ୍ରଥମ ବର୍ଷ ପାଠପଢ଼ା ଆଜିଠୁ
ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ(ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ସୋମବାର ତଥା ନଭେମ୍ବର ପହିଲାରୁ ଆରମ୍ଭ ହେବ। କୋଭିଡ୍-୧୯ କଟକଣା ମଧ୍ୟରେ ପାଠପଢ଼ା ସହ ହଷ୍ଟେଲଗୁଡ଼ିକରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। କ୍ଲାସରୁମ୍ ପାଠପଢ଼ା ପାଇଁ ଛାତ୍ରଛାତ୍ରୀଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଛି। ନିୟମିତ ଭାବେ ହାତ ଧୋଇବା, କ୍ଲାସରୁମ୍, ଲାଇବ୍ରେରି ଓ ଲାବରେଟୋରିରେ ସାମାଜିକ ଦୂରତା ରକ୍ଷା, କ୍ୟାମ୍ପସରେ ଛିଙ୍କିବା ସମୟରେ ମୁହଁ ଓ ନାକକୁ ଘୋଡ଼ାଇବା, କ୍ୟାମ୍ପସରେ ଛେପ ନ ପକାଇବାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।
Follow Us