ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ : ମେ’ ୧୮ରୁ ଥିଓରି ପରୀକ୍ଷା

Advertisment
ଉଚ୍ଚଶିକ୍ଷା ବିଭାଗର ନାହିଁ ଶିକ୍ଷା କ୍ୟାଲେଣ୍ଡର୍‌: ପାଠପଢ଼ା ଓ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

Mysuru Today

ଏପ୍ରିଲ ୨୯ରୁ ମେ’ ୮ ପର୍ଯ୍ୟନ୍ତ ପ୍ରାକ୍ଟିକାଲ
ପ୍ରଥମ ଦିନ ପ୍ରଦାର୍ଥ ବିଜ୍ଞାନ ପରୀକ୍ଷା
ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା
ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ
ପ୍ରଶ୍ନପତ୍ର ପଢ଼ିବାକୁ ମିଳିବ ୧୫ ମିନିଟ୍‌

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ବିଳମ୍ବିତ ହେଉଥିବା ନେଇ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଗଣଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ପରିଷଦ ପକ୍ଷରୁ ଆଜି ଅପରାହ୍‌ଣରେ ବିଜ୍ଞପ୍ତି ପ୍ରକାଶ କରାଯାଇ କୁହାଯାଇଛି ଯେ ମେ’ ୧୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ଚାଲିବ। ପ୍ରତିଦିନ ପୂର୍ବାହ୍ନ ୯ଟା ୧୫ରୁ ପରୀକ୍ଷା ଆରମ୍ଭ ହେବ। ତେଣୁ ପରୀକ୍ଷାର୍ଥୀ ସକାଳ ୮ଟା ୪୫ ସୁଦ୍ଧା ନିଜ ସିଟ୍‌ରେ ବସିବା ଆବଶ୍ୟକ। ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଦିଆଯିବ। ୯ଟାରେ ପ୍ରଶ୍ନପତ୍ର ବଣ୍ଟନ ପରେ ପଢ଼ିବାକୁ ୧୫ ମିନିଟ୍‌ ସମୟ ମିଳିବ। ପୂର୍ବାହ୍ନ ୯ଟା ୧୫ରୁ ପରୀକ୍ଷାର୍ଥୀମାନେ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ। ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ। ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟ ପରୀକ୍ଷା ଗୋଟିଏ ସିଟିଂରେ ହେବ। ଉଭୟ ବିଷୟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ୨୦ ମିନିଟ୍‌ ସମୟ ଦିଆଯିବ। ୨୦୧୫ ସୁଦ୍ଧା ପଞ୍ଜୀକୃତ ହୋଇଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ହଳଦିଆ ରଙ୍ଗର ପ୍ରଶ୍ନପତ୍ର ଏବଂ ଅନ୍ୟ ପରୀକ୍ଷାର୍ଥୀଙ୍କ ଲାଗି ଧଳା ରଙ୍ଗର ପ୍ରଶ୍ନପତ୍ର ରହିବ।

ପ୍ରଥମ ଦିନ ବିଜ୍ଞାନ ବିଭାଗର ପଦା‌ର୍ଥ ବିଜ୍ଞାନ ବିଷୟର ପରୀକ୍ଷା ହେବ। ମେ’ ୧୯ରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେବ ଏବଂ ପ୍ରଥମ ଦିନ ଇଂରାଜୀ ବିଷୟ ରହିଛି। ୨୦ରେ ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ବିଷୟ ଥିବା ବେଳେ ୨୧ରେ ବାଣିଜ୍ୟର ଏମ୍‌ଆଇଏଲ୍‌(ଓଡ଼ିଆ), ୨୨ରେ ବିଜ୍ଞାନର ଗଣିତ ଓ କଳାର ଗୃହ ବିଜ୍ଞାନ, ୨୪ରେ କଳା ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ଓ ଆକାଉଣ୍ଟାନ୍ସି, ୨୫ରେ ଭୋକେସନାଲ ଟ୍ରେଡ୍‌ ବିଷୟଗୁଡ଼ିକ, ୨୬ରେ ରାଜନୀତି ବିଜ୍ଞାନ, ୨୭ରେ ବିଏମ୍‌ଏସ୍‌, ୨୮ରେ ଇତିହାସ, ୨୯ରେ ରସାୟନ ବିଜ୍ଞାନ, ୩୧ରେ ବିଜ୍ଞାନ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ରହିଛି। ଜୁନ୍‌ ୧ରେ କଳା/ବିଜ୍ଞାନର ଅର୍ଥନୀତି, କଳାର ଆଇଆରପିଏମ୍‌-୨, ବାଣିଜ୍ୟର ବିଏସ୍‌ଏମ୍‌, ୨ରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ), ୩ରେ ତର୍କଶାସ୍ତ୍ର ଓ ଭୂଗୋଳ, ୪ରେ ଆଇଟି, କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍‌, ଇଲେକ୍‌ଟ୍ରୋନିକ୍ସ, ୫ରେ ପରିସଂଖ୍ୟାନ, ନୃତତ୍ତ୍ବ ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ୭ରେ ଅପ୍‌ସନାଲ ଲାଙ୍ଗୁଏଜ୍‌, ୮ରେ ବାୟୋଲୋଜି, ୯ରେ ଶିକ୍ଷା, ମନୋବିଜ୍ଞାନ, ଭାରତୀୟ ସଙ୍ଗୀତ, ଭୂତତ୍ତ୍ବ, କଷ୍ଟ ଆକାଉଣ୍ଟିଂ, କମ୍ପ୍ୟୁଟର ଆପ୍ଲିକେସନ, ଇନ୍ସ୍ୟୁରାନ୍ସ, ରୁରାଲ ଡେଭଲପ୍‌ମେଣ୍ଟ, ଏଫ୍‌ଏମ୍‌ଏ, ବିଏସ୍‌ଇ, ୧୧ରେ ଅନ୍ୟାନ୍ୟ ଏମ୍‌ଆଇଏଲ୍‌ ଓ ୧୨ରେ ଏକ୍ସ-ରେଗୁରାଲ(୨୦୧୫ ପର୍ଯ୍ୟନ୍ତ) ଛାତ୍ରଛାତ୍ରୀଙ୍କ ପ୍ରାଣୀ ବିଜ୍ଞାନ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।

ଧନ୍ଦାମୂଳକ ବିଭାଗର ପରୀକ୍ଷା ମେ’ ୨୮ରୁ ଆରମ୍ଭ ହୋଇ ଜୁନ୍‌ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ୨୯ରୁ ମେ’ ୮ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ୬୦ ଓ ୩୦ ମାର୍କ ପ୍ରାକ୍ଟିକାଲ ପରୀକ୍ଷା ଲାଗି ୩ ଘଣ୍ଟା ଧାର୍ଯ୍ୟ ହୋଇଥିବା ବେଳେ ୧୫ ମାର୍କ ପାଇଁ ୨ ଘଣ୍ଟା ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ଘରୋଇ କଲେଜଗୁଡ଼ିକ ପରିଷଦ ନିକଟରେ ଭିଡିଓ ଫୁଟେଜ୍‌, ପ୍ରାକ୍ଟିକାଲ ଉତ୍ତର ଖାତା ଓ ମାର୍କ ଦାଖଲ କରିବେ। ବାଣିଜ୍ୟ ବିଭାଗର ସମସ୍ତ ପ୍ରୋଜେକ୍ଟ ରିପୋର୍ଟଗୁଡ଼ିକ ୭ ଦିନ ମଧ୍ୟରେ ପରିଷଦରେ ପହଞ୍ଚାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe