ଯୁକ୍ତ୨ ଥିଓରି ପରୀକ୍ଷା: ପ୍ରଶ୍ନପତ୍ର ତଥ୍ୟ ମାଗିଲା ପରିଷଦ

ଯୁକ୍ତ୨ ଥିଓରି ପରୀକ୍ଷା: ପ୍ରଶ୍ନପତ୍ର ତଥ୍ୟ ମାଗିଲା ପରିଷଦ

ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ଯୁକ୍ତ ୨ ଥିଓରି ପରୀକ୍ଷା। ହାତରେ ମାସକରୁ କମ୍‌ ସମୟ ଥିବା ବେଳେ କେଉଁ ପରୀକ୍ଷା କେନ୍ଦ୍ର ଲାଗି କେତେ ପ୍ରଶ୍ନପତ୍ର ଆବଶ୍ୟକ, ତାହାର ତଥ୍ୟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରିଷଦ ପକ୍ଷରୁ ଆଜି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ), ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ, ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌) ସୁପରଭାଇଜର୍‌ଙ୍କୁ ଚିଠି ଲେଖାଯାଇ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ କୋର୍ସରେ ଫର୍ମ ପୂରଣ କରିଥିବା ରେଗୁଲାର ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ଅଲଗା ଅଲଗା ଦେବାକୁ କୁହାଯାଇଛି। ଉକ୍ତ ତଥ୍ୟ ଅନୁଯାୟୀ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ଆବଶ୍ୟକ ପ୍ରଶ୍ନପତ୍ର ପଠାଯିବ।

ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ‘ଆର’ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଲାଗି ‘ଇ’ ଲେଖାଯାଇ ପ୍ରଶ୍ନପତ୍ର ପଠାଯିବ। ଟ୍ୟାଗ୍‌ କଲେଜ କର୍ତ୍ତୃପକ୍ଷ ଫେବ୍ରୁ୍ଆରି ୭ ସୁଦ୍ଧା ସେମାନଙ୍କ ପରୀକ୍ଷା କେନ୍ଦ୍ର/ସବ୍‌ ସେଣ୍ଟରରେ, ସବ୍‌-ସେଣ୍ଟରଗୁଡ଼ିକ ୧୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ, ପରୀକ୍ଷା କେନ୍ଦ୍ରଗୁଡ଼ିକ ୧୩ ତାରିଖ ସୁଦ୍ଧା ଇଏମ୍‌ଏଚ୍‌ରେ ଏବଂ ଇଏମ୍‌ଏଚ୍‌ଗୁଡ଼ିକ ଫେବ୍ରୁଆରି ୧୫ ସୁଦ୍ଧା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ଆବଶ୍ୟକ ପ୍ରଶ୍ନପତ୍ର ସମ୍ପର୍କରେ ତଥ୍ୟ ଦାଖଲ କରିବେ। ଯଦି କୌଣସି ଇଏମ୍‌ଏଚ୍‌ କର୍ତ୍ତୃପକ୍ଷ ବିଳମ୍ବରେ କିମ୍ବା ଭୁଲ୍‌ ତଥ୍ୟ ପ୍ରଦାନ କରନ୍ତି, ସେଥିପାଇଁ ପରିଷଦ ଦାୟୀ ରହିବ ନାହିଁ। ପ୍ରଶ୍ନପତ୍ର ସମ୍ପର୍କରେ କୌଣସି କଲେଜ କିମ୍ବା ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ସିଧାସଳଖ ପରିଷଦକୁ କୌଣସି ପ୍ରକାର ଚିଠି, ଇ-ମେଲ୍‌ ପଠାଇ ପାରିବେ ନାହିଁ। ଯଦି କୌଣସି ହବ୍‌ରେ ପ୍ରଶ୍ନପତ୍ର ନିଅଣ୍ଟ ହୁଏ, ସଙ୍ଗେସଙ୍ଗେ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe