ସିସିଟିଭି ନଜରରେ ହେବ ଯୁକ୍ତ୨ ପରୀକ୍ଷା

Advertisment

ସମସ୍ତ ବିଷୟରେ ପରୀକ୍ଷା ହେବନି, ପ୍ରଶ୍ନପତ୍ର ବାଣ୍ଟିବା ପୂର୍ବରୁ ଯାଞ୍ଚ କରିବାକୁ ନିର୍ଦେଶ

ସମସ୍ତ ବିଷୟରେ ପରୀକ୍ଷା ହେବନି, ପ୍ରଶ୍ନପତ୍ର ବାଣ୍ଟିବା ପୂର୍ବରୁ ଯାଞ୍ଚ କରିବାକୁ ନିର୍ଦେଶ

ସିସିଟିଭି ନଜରରେ ହେବ ଯୁକ୍ତ୨ ପରୀକ୍ଷା

alt.com.ng

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ସ୍ବତନ୍ତ୍ର ପରୀକ୍ଷା ଅକ୍ଟୋବର ୧ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବ। ଅକ୍ଟୋବର ୨ ଓ ୬ ତାରିଖ ବ୍ୟତୀତ ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଏମିତିକି ରବିବାର ମଧ୍ୟ ପରୀକ୍ଷା କରାଯିବ। ୪ ଦିନ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକର ପରୀକ୍ଷା ହେବ। ସମସ୍ତ ବିଷୟରେ ପରୀକ୍ଷା କରାଯିବ ନାହିଁ। ସମୟକୁ ଦୃଷ୍ଟିରେ ରଖି ମାତୃଭ‌ାଷା ସମେତ କେତେକ ପ୍ରମୁଖ ବିଷୟର ଥିଓରି ପରୀକ୍ଷା ହେବ। ଉକ୍ତ ବିଷୟ ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ମାର୍କ ରଖିବେ ତାହା ଆଧାରରେ ଅନ୍ୟ ବିଷୟଗୁଡ଼ିକରେ ମାର୍କ ପ୍ରଦାନ କରାଯିବ। ସେପ୍ଟେମ୍ବର ୨୨ରୁ ୨୯ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୯ଟା ୩୦ ସୁଦ୍ଧା ପରୀକ୍ଷାର୍ଥୀ ସିଟ୍‌ରେ ବସିବେ। ୯ଟା ୩୦ରୁ ୯ଟା ୪୫ ମଧ୍ୟରେ ଉତ୍ତର ଖାତା ବଣ୍ଟନ, ୯ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ର ପଢ଼ିବା ପାଇଁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍‌ ସମୟ ମିଳିବ। ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନପତ୍ର ଠିକ୍‌ ଥିବା ନେଇ ପରୀକ୍ଷାର୍ଥୀ ସୁନିଶ୍ଚିତ ହେବା ଆବଶ୍ୟକ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ। କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବାୟୋଲୋଜି(ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ବିଷୟର ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ଏବଂ ମଝିରେ ୨୦ ମିନିଟ୍‌ର ବ୍ୟବଧାନ ରହିବ। ୨୦୧୫ ପୂର୍ବର ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ। ପ୍ରଶ୍ନପତ୍ର ବଣ୍ଟନ ପୂର୍ବରୁ ପରୀକ୍ଷକମାନେ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ତ୍ରୁଟି ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଖାତାଗୁଡ଼ିକ ନିଜ କଲେଜରେ ମୂଲ୍ୟାୟନ ହେବ। ପରୀକ୍ଷା ସୂଚୀରେ ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ତେବେ ତୁରନ୍ତ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଏଥର ପରୀକ୍ଷା ଦେବା ପାଇଁ ୧୩ ହଜାର ୪୩ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବିଜ୍ଞାନରେ ୨୩ ଶହ, ବାଣିଜ୍ୟରେ ୬୦୦, ଧନ୍ଦାମୂଳକ ଶିକ୍ଷାରେ ୪୫୦ ଓ କମ୍ପାର୍ଟମେଣ୍ଟାଲ(ବିଷୟଭିତ୍ତିକ)ରେ ୫୦୦ ଛାତ୍ରଛାତ୍ରୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe