ନୂଆଁଖାଇ ଉପ‌ଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

Advertisment
ନୂଆଁଖାଇ ଉପ‌ଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

Image Courtesy of OpIndia

ନୂଆଦିଲ୍ଲୀ: ଆଜି ନୂଆଁଖାଇ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନୂଆଁଖାଇ ଜୁହାର। ଏହି ପବିତ୍ର ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ। ନୂଆଁଖାଇରେ ଆମେ ଆମ କଠିନ-ପରିଶ୍ରମୀ କୃଷକମାନଙ୍କର ଉଲ୍ଲେଖନୀୟ ଉଦ୍ୟମ ଏବଂ ଦେଶ ଗଠନରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରନ୍ତି। ସମସ୍ତଙ୍କ ସୁସ୍ବାସ୍ଥ୍ୟ ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ଗଣପର୍ବ ନୂଆଁଖାଇର୍‌ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍‌ ଅଭିନନ୍ଦନ୍। ତିହାର୍‌ ଭିତରେ ବି ସଭେ କୋଭିଡ୍‌ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍‌ ଶାନ୍ତି ଥି ବନେ କରି ରଖିଥାଉନ୍। ନୂଆଁଖାଇ ଜୁହାର୍‌।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ନୂଆଁଖାଇ ପର୍ବ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏଇ ପବିତ୍ର ଦିବସ ପ୍ରତ୍ୟେକଙ୍କୁ ସମୃଦ୍ଧି ଓ ସୁସ୍ବାସ୍ଥ୍ୟ ପ୍ରଦାନ କରୁ। ନୂଆଁଖାଇ ଜୁହାର।

ନୂଆଁଖାଇ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭ କାମନା ଜଣାଇଛନ୍ତି। ଏଥିରେ ସେ ନୂଆଁଖାଇ ଜୁହାର୍‌ ବୋଲି କହିବା ସହ ସମସ୍ତଙ୍କର ସୁଖ-ସମୃଦ୍ଧି କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe