ପିଏମ୍ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରାଯାଉ: ବିଜେପି

Advertisment
ପ୍ରଧାନମନ୍ତ୍ରୀ ଫସଲ ବୀମା ବୈଠକ: ଆଉ ଥରେ ଚାଷୀ ସଂଖ୍ୟା ଆକଳନ କରିବ କମ୍ପାନି

Royal Sundaram

ଭୁବନେଶ୍ୱର : ବର୍ଷା ଋତୁ ଆରମ୍ଭ ହେବା ସହ ଶସ୍ୟ ଅମଳ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ମାତ୍ର ଅର୍ଥ ସମସ୍ୟା କାରଣରୁ ରାଜ୍ୟର ବହୁ ଅଞ୍ଚଳରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିପାରୁନାହାନ୍ତି। ୨୦୨୧ ମସିହା ଖରିଫ ଚାଷରେ କ୍ଷତି ସହିଥିବା ଚାଷୀଙ୍କ ନିକଟରେ ଏବେ ଅର୍ଥର ଅଭାବ ରହିଛି । ବିଶେଷକରି ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଚାଷୀ ଅଧିକ ପ୍ରଭାବିତ ହେବା କାରଣରୁ ଚାଷ କାର୍ଯ୍ୟ ବହୁ ମାତ୍ରାରେ ବାଧାପ୍ରାପ୍ତ ହେଉଛି। ତେଣୁ ଚାଷୀମାନଙ୍କର ବୃହତ ସ୍ୱାର୍ଥ ଦୃଷ୍ଟିରୁ ୨୦୨୧ ମସିହା (ଖରିଫ) ପ୍ରଧାନମନ୍ତ୍ରୀ ଫସଲ ବୀମା ଆର୍ଥିକ ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ବିଜେପି ବିଧାୟକମାନେ ଆଜି ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିସନରଙ୍କ ନିକଟରେ ଦାବି କରିଛନ୍ତି।

ଏନେଇ ଏକ ଦାବି ପତ୍ର କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀଙ୍କୁ ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାୟକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ନିତ୍ୟାନନ୍ଦ ଗଣ୍ଡ, ବୁଧନ ମୁର୍ମୁ, ଗଣେଶରାମ ସିଂହ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe